Home
Notification
Home
Crime
Jharsuguda News
Entertainment
Health
National
Politics
Sports
Astrology
International
More
_Economy
_Education
_Literature
_Weather
__Culture
Home
ODISHA NEWS
ପ୍ରଚାରରେ କମ୍ପୁଛି ଝାରସୁଗୁଡ଼ା ।
ପ୍ରଚାରରେ କମ୍ପୁଛି ଝାରସୁଗୁଡ଼ା ।
Viral
April 23, 2023
ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ପ୍ରଚାରରେ କମ୍ପୁଛି । ଭୋଟରଙ୍କ ମନ ଜିଣିବା ପାଇଁ ଲାଗିପଡିଛନ୍ତି ତିନି ପ୍ରମୁଖ ଦଳ । ଆସନ୍ତା ମେ ୧୦ ରେ ହେବାକୁ ଯାଉଛି ଝାରସୁଗୁଡ଼ା ଉପନିର୍ବାଚନ । ମେ ୧୦ ତାରିଖରେ ଭୋଟ ଦେବେ ଝାରସୁଗୁଡ଼ାବାସୀ । କାଳବୈଶାଖୀ ର ଭୀଷଣ ତାତି ଟିକିଏ କମିଥିଲେ ହେଁ ବଢ଼ିବାରେ ଲାଗିଛି ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଉଷ୍ମତା । ପ୍ରଚାର ମଇଦାନ କୁ ଓହ୍ଲାଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି ବିଜେପି ଓ କଂଗ୍ରେସ । ଲୋକଙ୍କ ପାଖକୁ ପହଂଚି ଭୋଟରଙ୍କ ମନ କିଣିବା ପାଇଁ କରୁଛନ୍ତି ଉଦ୍ୟମ । ବିଜେଡି ପ୍ରାର୍ଥୀନୀ ଦିପାଳୀ ଦାସ ଭୋଟର୍ ଙ୍କ ମନ ଜିଣିବା ପାଇଁ ଭରପୁର ଉଦ୍ୟମ ଜାରି ରଖିଛନ୍ତି । କେତେବେଳେ କ୍ରିକେଟ ଖେଳି ଯୁବବର୍ଗଙ୍କୁ ଆକର୍ଷିତ କରୁଛନ୍ତି ତ ଆଉ କେତେବେଳେ କର୍ମୀ ସମ୍ମିଳନୀ କରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଓ ବାପାଙ୍କ ଲୋକପ୍ରିୟତା ଯୋଗୁଁ ଝାରସୁଗୁଡ଼ାବାସୀ ତାଙ୍କୁ ଆଶୀର୍ବାଦ ଦେବେ ବୋଲି ଦିପାଳୀ ଆଶା ରଖିଛନ୍ତି । ଅନ୍ୟପଟେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମନ୍ଦିରରେ ପୂଜାଅର୍ଚ୍ଚନା କରି ଝାରସୁଗୁଡ଼ା ମ୍ୟୁନିସିପାଲିଟି ଅଞ୍ଚଳରୁ ନିଜର ପ୍ରଚାର ଆରମ୍ଭ କରିଛନ୍ତି । ଘର ଘର ବୁଲି ଲୋକଙ୍କୁ ଭୋଟ ମାଗୁଛନ୍ତି । ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା , ଝାରସୁଗୁଡ଼ାର ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗକରି ଭୋଟ ମାଗୁଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ଅନ୍ୟପଟେ କିନ୍ତୁ ପ୍ରଚାରରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଟିକିଏ ପଛରେ ପଡ଼ିଯାଇଥିବା ଦେଖିବାକୁ ମିଳିଛି । ହେଲେ ଯେଉଁଠି କଂଗ୍ରେସ ଭୋଟ ରହିଛି, ତାକୁ ସଂଗଠିତ କରି ରଖିବା ପାଇଁ ଦଳ ପକ୍ଷରୁ କର୍ମୀ ସମ୍ମିଳନୀ କରାଯାଉଛି । ତେବେ କେଉଁ ଦଳର ପ୍ରଚାରରେ କେତେ ଦମ୍ ରହିଛି ତାହା ଆସନ୍ତା ମେ ୧୦ ରେ ଭୋଟ ଗ୍ରହଣ ପରେ ମେ ୧୩ ତାରିଖ ଭୋଟ ଗଣତି ସରିବା ପରେ ହିଁ ଜଣାପଡ଼ିବ ।
Post a Comment
0 Comments
Contact Form
Name
Email
*
Message
*
Search This Viral Jharsuguda
Social Plugin
Ad
Ad
Popular Posts
କୋରେଇ ବିଧାୟକ ତଥା ସିନେ ତାରକା ଙ୍କ ରାମଚଣ୍ଡୀ ଓ ଝାଡ଼େଶ୍ୱର ମନ୍ଦିର ଦର୍ଶନ,
October 12, 2025
ଲୋଇସିଂହ ଗ୍ରାମ ଠାରେ ଆଜି ତୃତୀୟ ଏକ ଦିବସୀୟ ଉଭୟ ପୁରୁଷ ଏବଂ ମହିଳା ଖୋ ଖୋ ଟୁର୍ନାମେଣ୍ଟ ୨୦୨୫ ଅନୁଷ୍ଠିତ
October 12, 2025
ରାଜ୍ୟ ପରିବହନ ବିଭାଗ ର ବଡ ନିଷ୍ପତ୍ତି |କୋହଳ ହେଲା ଗାଡି ଉପରେ ଲାଗିଥିବା ଗାଡି ଚାଲାଣ ଫାଇନ
October 10, 2025
ODISHA LATEST NEWS
3/ODISHA NEWS/post-list
Categories
COVID-19
1
CRIME
5
EDUCATION
2
ENTERTAINMENT
3
HEALTH
3
NATIONAL
25
ODISHA NEWS
829
POLITICS
24
SPORTS
1
WEATHER
1
Tags
COVID-19
CRIME
EDUCATION
ENTERTAINMENT
HEALTH
NATIONAL
ODISHA NEWS
POLITICS
SPORTS
WEATHER
Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.
Done
0 Comments