ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀନୀ ଦିପାଳୀ ଦାସ । ଏନେଇ ବିଜେଡି ଉପନିର୍ବାଚନ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି । ସେପଟେ ଆସନ୍ତା ୧୫ ତାରିଖରେ କଂଗ୍ରେସ ପ୍ରାର୍ଥୀ ତରୁଣ କୁମାର ପାଣ୍ଡେ ନାମାଙ୍କନ ଭରିବେ । କଂଗ୍ରେସ ବିଧାୟକ ସୁରେଶ ରାଉତରାଏ ଏନେଇ ସୂଚନା ଦେଇଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ଏପର୍ଯ୍ୟନ୍ତ ନାମ ଘୋଷଣା କରିନାହିଁ ।
0 Comments