ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଉଦଯାପିତ ହୋଇଯାଇଛି। ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଦିନିକିଆ କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୪୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଚିତ୍ରାଙ୍କନ , କବିତା ଲିଖନ,ମୋବାଇଲ ଫଟୋଗ୍ରାଫି, ବକ୍ତୃତା ଓ ଲୋକନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଫଟୋଗ୍ରାଫିରେ ବେଲପାହାଡ଼ ମହାବିଦ୍ୟାଳୟ ଛାତ୍ର ସ୍ୱସ୍ତିକ ପୁରୋହିତ ପ୍ରଥମ , ମହିଳା ମହାବିଦ୍ୟାଳୟର ରୋସନ ପଦର ଦ୍ଵିତୀୟ ଓ ସୁମି ବେହେରା ତୃତୀୟ ସ୍ଥାନ ହାସଲ କରିଥିଲେ।ଵକ୍ତୃତା ପ୍ରତିଯୋଗିତାରେ ବ୍ରଜରାଜନଗର ମହାବିଦ୍ୟାଳୟର ସୁମିତ ଗୁପ୍ତା ପ୍ରଥମ,ମହିଳା ମହାବିଦ୍ୟାଳୟର ସାନା ଖାନ୍ ଦ୍ଵିତୀୟ ଓ ସ୍ୱାଗତିକା ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ। ଲୋକନୃତ୍ୟ ପ୍ରତିଯୋଗିତାରେ ସରକାରୀ ମହିଳା ମହାବିଦ୍ୟାଳୟର କ୍ରିଷ୍ଣା ଛାତ୍ରୀ ନିବାସ ପ୍ରଥମ , ସରସ୍ୱତୀ ଛାତ୍ରୀ ନିବାସ ଦ୍ଵିତୀୟ ଓ ବ୍ରଜରାଜନଗର କଲେଜ ତୃତୀୟ ସ୍ଥାନ ହାସଲ କରିଥିଲେ। ଚିତ୍ରାଙ୍କନରେ ପ୍ରଗତି ମେହେର ପ୍ରଥମ,ସୋନିଆ କୁସୁରା ଦ୍ଵିତୀୟ ଓ ଉପହାର ନାଏକ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ କବିତା ଲିଖନରେ
ସୌମ୍ୟ କାର୍ତ୍ତା , ଫୋୖଜିଆ ଫିରଦୌସି ଓ ଖୁସି ମିତ୍ର ଯଥାକ୍ରମେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ।
ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ ମୁଖ୍ୟ ଅତିଥି ଭାଵରେ ଯୋଗ ଦେଇ ଦେଶ ଗଠନରେ ଯୁବ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ଦେଶ ପ୍ରଗତି ପାଇଁ ଯୁବ ସମାଜ ନିଷ୍ଠା ଓ ଆନ୍ତରିକତା ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଥିଲେ।
ଝାରସୁଗୁଡ଼ା ପୋୖର ପରିଷଦ ଉପାଧ୍ୟକ୍ଷ ରାଜୁ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ କୁମାର ଜେନା,କ୍ଷେତ୍ର ପ୍ରଚାର କାର୍ଯ୍ୟାଳୟ ଅଧିକାରୀ ରାମେଶ୍ୱର ନାୟକ ମହିଳା ମହାବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ସରୋଜ କୁମାର କୁଅଁର ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ହିନ୍ଦୀ ପ୍ରାଧ୍ୟାପିକା ଡ.ମୀନା ସୋନି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସମ୍ବଲପୁରସ୍ଥିତ କ୍ଷେତ୍ର ପ୍ରଚାର କାର୍ଯ୍ୟାଳୟ , ସେହାଡ଼ା ସ୍ବେଚ୍ଛାସେବୀ ଅନୁଷ୍ଠାନ,ନାନ୍ ୟୁରିଆ ଓ ରାଜ ସ୍ପୋର୍ଟସ (ସୁନ୍ଦରଗଡ଼) ପ୍ରଦର୍ଶନୀ ମେଳାରେ ଅଂଶ ଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ଏଲ ଏନ କଲେଜ ପରିଚାଳନା କମିଟି ଅଧ୍ୟକ୍ଷା ବଲବିନ୍ଦର କୌର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଯୁବ ସମାଜ ଦେଶର ମେରୁଦଣ୍ଡ ବୋଲି କହିଥିଲେ। ପ୍ରଶାନ୍ତ ମହାନ୍ତି, ବସନ୍ତ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ। ନେହରୁ ଯୁବ କେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ମାରିଆନୁସ ବିଲୁଙ୍ଗ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୃତୀ ପ୍ରତିଯୋଗୀ ଓ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ନଳିନୀ ସୁନିଆ, ମାଇକେଲ କୁଲୁ,ମାନସ ଭୋଇ ଓ ସରକାରୀ ମହିଳା ମହାବିଦ୍ୟାଳୟ ସମର ଶିକ୍ଷାର୍ଥୀ ବାହିନୀ ଛାତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ।
0 Comments