ଆଜି ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ନାରୀ ଦିବସ ପାଳନ କରାଯାଇଛି।


 ଆଜି ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ନାରୀ ଦିବସ ପାଳନ କରାଯାଇଛି,ଏହି କାର୍ଯ୍ୟକ୍ରମ କୁଲବିରା ବ୍ଲକ ରଘୁନାଥ ପାଲି ସ୍ତିତ ପାଇକ ପଡା ଠାରେ  ଅନୁଷ୍ଠିତ ହୋଇଯାଇଅଛି.ସ୍ବାବଲମ୍ବୀ ହୋଇ ନିଜର ପରିବାର ପ୍ରତିପୋଷଣ କରୁଥିବା କିଛି ମହିଳା ଙ୍କୁ ବିଶେଷ ଭାବେ ସମ୍ମାନିତ କରାଯାଇଅଛି,ଯୋଉ ମହିଳା ମାନେ କି ଖଲିଦନା, ବିଡି,ଝାଡୁ,ଇତ୍ୟାଦି ତଆରି କରି ନିଜେ ଚଳିବା ସହିତ ପିଲାଙ୍କୁ ପାଠ ପଢ଼ାଇବା,ଓ ପରିବାର ପ୍ରତିପୋଷଣ କରିପାରୁଛନ୍ତି,ଏହି ଭଳି ମହିଳା ଙ୍କ ସନ୍ଧାନ କରି ସମ୍ପୂର୍ଣ କୁଲାବିରା ବ୍ଲକ ରୁ ମହିଳାଙ୍କୁ ଆଗକୁ ଆହୁରି ପ୍ରୋତ୍ସାହିତ କରିବା ଉଦେଶ୍ୟ ରହି ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା,ଏହି କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ଦିଲ୍ଳୀପୁବ୍ଲିକ ସ୍କୁଲ୍ ର ଅଧକ୍ଷା ଶ୍ରୀମତୀ ସୁଜାତା ଲେଙ୍କା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ସୋହେଲା,ଯୋଗଦେଇଥିଲେ, ମୂଖ୍ୟ ବକ୍ତା ଭାବେ ଅଞ୍ଜଳି ପ୍ରଭା ପଟ୍ଟନାୟକ ମଞ୍ଚ୍ଛାସିନ ହୋଇଥିଲେ,ମାନସୀ ପଣ୍ଡା ସଭାପତିତ୍ବ କରିଥିବା ବେଳେ ପ୍ରେମ ସାଗର ଦେହୁରୀଆ ମଞ୍ଚ ପରିଚାଳନା କରିଥିଲେ,ଏହିଆବସର ରେ ବିଶେଷ ଅତିଥି ଭାବେ ବିନୋଦିନୀ ଦେବୀ,ଓ ପଙ୍କଜ ଦାସ ଯୋଗଦାନ କରିଥିଲେ, ଇ ଜେ ଭି ଫାଉଣ୍ଡେସନ ର ଜ୍ୟୋତିର୍ମୟୀ ବେହେରା, ସଂଯୁକ୍ତା ମେହେର, ପାଙ୍କଜିନି ପାଣିଗ୍ରାହୀ,ଜ୍ୟୋତି ପଣ୍ଡା,ମଞ୍ଜୁଳା ବେହେରା ପ୍ରମୁଖ ନାରୀ ଦିବସ ପରିପ୍ରେଖି ରେ ନିଜ ନିଜର ଅଭିଭାଷଣ ସହିତ ସଂଗୀତ ମଧ୍ୟ ପରିବେଷଣ କରିଥିଲେ,ବିଶେଷ ଭାବେ ସମ୍ମାନିତ ହୋଇଥିବା ମହିଳା ମାନେ ହେଲେ ଗିତା ହାତୀ,ଯୁନିତା କଉଡ଼ି,ସହରିକା ଅମାତ,ପୁଷ୍ପା ଧରେଇ,କୁମୁଦିନୀ ଧରେଇ, ପ୍ରମୋଦିନି ପଟେଲ,ବିନିତା ମହାନନ୍ଦ,ଅଞ୍ଜନା ଦେହୁରିଆ, ସୁଲୋଚନା ସିଦାର,ମଞ୍ଜୁଲତା କଉଡ଼ି, ପ୍ରଭାତୀ କଉଡ଼ି ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା,ଏହି କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ଉପସ୍ଥିତ ଥିଲେ,ଏହି କାର୍ଯ୍ୟକ୍ରମ କୁ ଗଙ୍ଗାଧର ମେହେର ଓ ପ୍ରଫୁଲ୍ଲ କୁମାର ହାତୀ,ମୁକେଶ ପ୍ରଧାନ,ସମୂର୍ଣ୍ଣ ଭାବେ ପରିଚାଳନା କରିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done