ଆଜି ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ଝାରସୁଗୁଡ଼ା ଆନୁକୁଲ୍ୟରେ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ଅଧ୍ୟକ୍ଷ ଶ୍ରୀ ଦିଗାମ୍ବର ପୃଷ୍ଟି ଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ବେହେରାମାଲ ସ୍ଥିତ ସ୍ୱାଭିମାନ ଗୃହ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କ ଅଧିକାର ସମ୍ପର୍କିତ ବିଭିନ୍ନ ବିଷୟ ଯଥା ଘରୋଇ ହିଂସା ରୁ ମହିଳା ମାନଙ୍କ ସୁରକ୍ଷା ଅଧିନିୟମ, ପ୍ରସବ ପୂର୍ବରୁ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଅଧିନିୟମ, ପୋସ୍କୋ ଅଧିନିୟମ, ପୀଡିତା କ୍ଷତିପୂରଣ ଯୋଜନା, କର୍ମକ୍ଷେତ୍ରରେ ମହିଳା ମାନଙ୍କୁ ଯୌନ ନିର୍ଯାତନା ଏବଂ ମହିଳାମାନଙ୍କ ପାଇଁ ଥିବା ଅନ୍ୟାନ୍ୟ ଆଇନ୍ ବିଷୟରେ ଉପସ୍ଥିତ ଅନ୍ତେବାସୀ ମାନଙ୍କୁ ସଚେତନ କରାଯାଇଥିଲା। ସଚିବ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ଝାରସୁଗୁଡ଼ା ସୁଶ୍ରୀ ନେହା ଦାସ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲା ଚିକିତ୍ସା ଅଧିକାରୀ (ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ) ଶ୍ରୀମତୀ ସୁପ୍ରଭା ବାରିକି, ସୁରକ୍ଷା ଅଧିକାରୀ ଶ୍ରୀମତୀ ବୃନ୍ଦାବତୀ ପଣ୍ଡା, ସ୍ୱାଭିମାନ ଗୃହ କୁ ପରିଚାଳନା କରୁଥିବା ଅଣ ସରକାରୀ ସଂଗଠନ ସେହେଡା ର ନିର୍ଦ୍ଦେଶିକା ଆନନ୍ଦିନି ପାଢୀ, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଶ୍ରୀ ଆଶିଷ କୁମାର ପଣ୍ଡା, ପ୍ରାଧୀକରଣ ର ତାଲିକାଭୁକ୍ତ ଆଇନଜୀବୀ ସାଜଦା ବେଗମ, ବୋନେଲା ନାଗେଶ୍ବରୀ ଓ ରୁପାଲି ଚାଟାର୍ଜୀ ପ୍ରମୁଖ ଯୋଗଦେଇଥିଲେ । ପୋଲିସ ବିଭାଗ ତରଫରୁ ମହିଳା ପୋଲିସ ଅଧିକାରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
0 Comments