କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ଜବାବ୍ ଦେଲେ ଦୀପାଳି: 'ମୋ ବାପାଙ୍କ ଚରିତ୍ରକୁ ନେଇ ରାଜନୀତି କରାନଯାଉ'


 କଂଗ୍ରେସ ଦଳର ନେତା ନରସିଂହ ମିଶ୍ର ଙ୍କ ବୟାନ କୁ ନେଇ ପ୍ରତିକ୍ରିୟା ଦେଲେ ନବ ଦାସଙ୍କ ଝିଅ ଦିପାଳି ଦାସ । ପ୍ରତିକ୍ରିୟା ରଖି ନବ ଦାସଙ୍କ ଚରିତ୍ର ଉପରେ କୌଣସି ଆପତ୍ତିଜନକ ଟିପ୍ପଣୀ ନ ଦିଅନ୍ତୁ ବୋଲି କହିବା ସହ ଆପଣ ଜଣେ କଂଗ୍ରେସର ବରିଷ୍ଠ ନେତା ହୋଇଥିବା ବେଳେ ମୋ ବାପାଙ୍କ ସହିତ ଦୀର୍ଘ ଦିନର ସମ୍ପର୍କ ରହିଛି ।ତେବେ ଏଭଳି ବୟାନ ଦେଇ ନବ ଦାସଙ୍କ ଚରିତ୍ରକୁ ବଦନାମ କରାଯାଉଛି ବୋଲି କହିଛନ୍ତି ଦୀପାଲି । ଏହିଭଳି ବିବୃତି ଦେଇ ମୋ ସହ ମୋ ପରିବାର କୁ ଆଘାତ ନ ଦିଅନ୍ତୁ ବୋଲି ଦିପାଳି ଦାସ ଗଣ ମାଧ୍ୟମରେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଙ୍କୁ ଅନୁରୋଧ କରିଛନ୍ତି । ଏକଦା ସ୍ବର୍ଗତ ନବ ଦାସ୍ ଏବଂ ନରସିଂହ ମିଶ୍ର ମିଶି କଂଗ୍ରେସ ଦଳ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ଉଭୟେ ସହଭାଗିତାରେ ଦଳ ପାଇଁ କାର୍ଯ୍ୟ କରିଥିବା ସତ୍ତ୍ବେ ନବ ଦାସ୍ ଙ୍କ ଚରିତ୍ର ଉପରେ ମନ୍ତବ୍ୟ ରଖି ନବ ଦାସଙ୍କ ପରିବାରକୁ ଆଘାତ ଦେଇଥିବା ନେଇ ଦିପାଳୀ ଦାସ ଭାବୁକ ହୋଇ ଉଠିଛନ୍ତି । ସେ କହିଛନ୍ତି ଯଦି ମୋ ବାପା ଙ୍କୁ ହତ୍ୟା ମାମଲା ରେ କୌଣସି ତଥ୍ୟସେ ରଖିଛନ୍ତି ତେବେ ସେ ପୋଲିସ୍ କିମ୍ବା କୋର୍ଟ ରେ ପ୍ରସ୍ତୁତ କରନ୍ତୁ ଏପରି ଜନସାଧାରଣ ସାମ୍ନାରେ ମୋ ବାପା ଙ୍କ ଚରିତ୍ର କୁ ନେଇ କୌଣସି ରାଜନୀତି କରନ୍ତୁ ନାହିଁ ବୋଲି ଦିପାଳୀ ଦାସ କହିଛନ୍ତି । ଅନ୍ୟପଟେ ନବ ଦାସ୍ ଙ୍କ କ୍ରାଇମ୍ ବ୍ରାଞ୍ଚ ର ତଦନ୍ତ ଉପରେ ପଚରାଯିବାରୁ ଦିପାଳୀ ଦାସ ବର୍ତ୍ତମାନ ନବ ଦାସ୍ ଙ୍କୁ ନେଇ ଶ୍ରୀ ମିଶ୍ର ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ତାଙ୍କ ପରିବାରର ମାନସିକ ସ୍ଥିତି ଠିକ ନାହିଁ ଏବଂ ଏ ବିଷୟରେ ସେମାନେ ବର୍ତ୍ତମାନ କିଛି କହିବା ପାଇଁ ଚାହୁଁ ନାହାନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done