ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ।


 ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ କରାଯାଇଛି। ଜିଲ୍ଲା ପରିଷଦ ସଦଭାବନା ଗୃହରେ ଅନୁଷ୍ଠିତ ସମାରୋହ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ସେବା ଗୁଡିକ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା, ଜନ ପ୍ରତିନିଧିମାନେ ଦାୟିତ୍ବପୂର୍ଣ୍ଣ ଭାବରେ ନିଜ ନିଜ ଦାୟିତ୍ୱ ସମ୍ପାଦନ କରିବା ତଥା ଯୋଜନାର ସୁଫଳ ସମାଜର  ତଳସ୍ତର

ପର୍ଯ୍ୟନ୍ତ ପହଂଚାଇବା ଉପରେ ଜିଲ୍ଲାପାଳ ଶ୍ରୀ ସାମଲ ଗୁରୁତ୍ୱାରୋପ କରିଥିଲେ। ଜନପ୍ରତିନିଧିମାନେ ହେଉଛନ୍ତି ସେବକ, ଶସକ୍ତ ଓ ସୁଦୃଢ ଗ୍ରାମପଂଚାୟତ ଗଠନ ଦିଗରେ ଜନପ୍ରତିନିଧିମାନେ ଆନ୍ତରିକତା ସହ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ ।


ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ ଦିବସ ଆୟୋଜନର ଉଦ୍ଦେଶ୍ୟ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିବା ବେଳେ ସମାରୋହରେ ଉପସ୍ଥିତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ କୁମାର ସାହୁ,  ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ, ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ଵାଇଁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମ୍ବରିଷ ରଥ, ଜିଲ୍ଲା ପରିଷଦ ସଭ୍ୟ ସନତ ସିଂହ ପ୍ରମୁଖ ଯୋଗ ଦେଇ ଯୋଜନା ଲୋକାଭିମୁଖୀ ହେଲେ ଦେଶ ଓ ରାଜ୍ୟର ଉନ୍ନତି ସାଧିତ ହେବ ଓ ଏଥି ସକାଶେ ଲୋକାଭିମୁଖୀ ଯୋଜନା ସମୂହ ଗ୍ରାମାଞ୍ଚଳରେ ପହଂଚିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ , ଗ୍ରାମ ପଞ୍ଚାୟତ ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ

ବିଭିନ୍ନ ପଞ୍ଚାୟତକୁ ପୁରସ୍କାର ରାଶି ସହ ପ୍ରମାଣ ପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କ୍ରମରେ ସୋଡ଼ାମାଲ ପଞ୍ଚାୟତକୁ ୩ଲକ୍ଷ,ଝିର୍ଲାପାଲିକୁ ୨ଲକ୍ଷ ଓ ଅର୍ଡ। ପଞ୍ଚାୟତକୁ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ସେହିପରି ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ  ଅତାବିରା ପଞ୍ଚାୟତକୁ ପର୍ଯ୍ୟାପ୍ତ ଜଳ ଉପଲବ୍ଧ ପଞ୍ଚାୟତ, ସୋଡ଼ାମାଲ ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ,ଚାନ୍ଦିନୀମାଲ ଆତ୍ମନିର୍ଭରଶୀଳ ଭିତ୍ତିଭୂମି,ଜି.ପାନପାଲି ସୁସ୍ଥ ପଞ୍ଚାୟତ, ଦୁର୍ଲଗା ଦାରିଦ୍ର୍ୟମୁକ୍ତ ଓ ଉନ୍ନତ ଜୀବିକା , କୁଶ୍ରାଲୋଇ ଶିଶୁ ଅନୁକୂଳ ପଞ୍ଚାୟତ, କୁଲିହାମାଲ ସାମାଜିକ ଭାବେ ସୁରକ୍ଷିତ ପଞ୍ଚାୟତ, ପଣ୍ଡରି ସୁଶାସନ ପଞ୍ଚାୟତ ଓ ଝିର୍ଲ୍ଲାପାଲି ମହିଳା ଅନୁକୂଳ ପଞ୍ଚାୟତ ଭାବରେ  ୧ଲକ୍ଷ ଲେଖାଏଁ 

ପ୍ରୋତ୍ସାହନ ରାଶି ଗ୍ରହଣ କରିଥିଲେ। ସୂଚନା ଓ ପ୍ରଯୁକ୍ତି କାର୍ଯ୍ୟକ୍ରମ ପରିଚାଳକ ପ୍ରଶନ୍ନ କୁମାର ଦାଶଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମନରେଗା ଜିଲ୍ଲା ସଂଯୋଜିକା ରୂପସିତା ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done