ଦୀର୍ଘ ୨୩ ବର୍ଷରୁ ଓଡ଼ିଶାରେ ବିଜୁ ଜନତା ଦଳର ଶାସନ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲଇକେରା ଗ୍ରାମୀଣ ମଣ୍ଡଳ ର ନାଗରିକ ମାନେ ନିଜ ମୌଳିକ ଅଧିକାର ରୁ ବଞ୍ଚିତ ଅଛନ୍ତି। ଗୋଟିଏ ପଟେ ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶା ର ରାଜସ୍ବ ରେ ସବୁଠୁ ବଡ ଯୋଗଦାନ ରହିଥିଲେ ମଧ୍ୟ ଏଠିକାର ଜନସାଧାରଣ ନିଜ ମୌଳିକ ଅଧିକାର ରୁ ବଞ୍ଚିତ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ କଥା ଅଟେ। ସହର ର ଏହି ସବୁ ସମସ୍ୟା କୁ ଭିତ୍ତି କରି ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା କଲେଜ ଛକ ରୁ ବାହାରି ମୁଖ୍ୟ ବଜାର ଦେଇ ଲଇକେରା ବ୍ଲକ କୁ ଘେରାଉ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ କରାଯାଇଛି। ଏହି ଘେରାଉ କାର୍ଯ୍ୟକ୍ରମ ମୁଖ୍ୟତଃ ୭ ଗୋଟି ଦଫା କୁ ନେଇ ଲଇକେରା ବ୍ଲକ, ବିଡ଼ିଓ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଅଛି। ଦାବି ଗୁଡ଼ିକ ମଧ୍ୟରେ ସହରର ପୋଖରୀ, ଜଳାଶୟ ମାନଙ୍କ ପୁନରାଉଦ୍ଧାର କରିବା, ଜମି ହିନ ଙ୍କୁ ଜମି ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପ୍ରଦାନ କରିବା, ନାଳ ନର୍ଦ୍ଦମା ନିୟମିତ ଭାବରେ ସଫା କରିବା, ରୋଗ ମୁକ୍ତ ପାନୀୟ ଜଳର ବ୍ୟବସ୍ଥା, ଲଇକେରା ର ସମସ୍ତ ଗ b bhଳି ରାସ୍ତା ରେ ଆଲୁଅ ବ୍ୟବସ୍ଥା, ରାସ୍ତା ନିର୍ମାଣ ଓ ମରାମତି କରିବା, ହିତାଧିକାରୀ ଙ୍କୁ ରାସନ୍ କାର୍ଡ ପ୍ରଦାନ କରିବା, ଭତ୍ତା ପ୍ରଦାନ କରାଯିବା ଦାବି ଉଲ୍ଲେଖ ରହିଛି। ଏହି କାର୍ଯ୍ୟକ୍ରମ ରେ ଲଇକେରା ମଣ୍ଡଳ ର ପଙ୍କଜ ବେହେରା, ସୁନିଲ ପଣ୍ଡା, ଲଲିତ ମଗର, ନିଶିକାନ୍ତ ପଟେଲ, ପ୍ରଦୀପ ସାହୁ, ଡା ଏ କେ ରଣା, ବାଞ୍ଛାନିଧି ସାହୁ, ଟିକେଶ୍ୱର୍ ଜୟପୁରୀୟା, ତ୍ରିନାଥ ରଣା, ସଂଯୁକ୍ତା ଓରାମ,କୁଳମଣି କିଶାନ ଙ୍କ ସହ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଛନ୍ତି।
0 Comments