ଉନ୍ନୟନମୂଳକ କାର୍ଯ୍ୟକ୍ରମ ଶୀଘ୍ର ସାରିବାକୁ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନିର୍ଦ୍ଦେଶ


 ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ ଝାରସୁଗୁଡ଼ା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିବା ସହ ଏହି ସବୁ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବାହ୍ଣରେ ରାଜସ୍ୱ ଆୟୁକ୍ତ ଡ଼. ଦଳାଇ ଦୁର୍ଲଗାସ୍ଥିତ ମିଶନଶକ୍ତି ଗୃହ ଓ ଅଙ୍ଗନବାଡ଼ି କେନ୍ଦ୍ରର ଉନ୍ନତିକରଣ ଓ ସୌନ୍ଦର୍ଜିକରଣ କାର୍ଯ୍ୟ , ଟାଙ୍ଗରପାଲି ଠାରେ ନିର୍ମାଣାଧୀନ କଲ୍ୟାଣମଣ୍ଡପ, ତାଳମାଲ ଉପର କଟା ନବୀକରଣ, ଚାରିଥାକିଆ ରାସ୍ତା ନିର୍ମାଣ ଓ  ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବିକଳ୍ପ ରାସ୍ତା ଆଦି ବୁଲି ଦେଖିଥିଲେ। ସେହିପରି ବି ଟି ଏମ୍ ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ନିର୍ମିତ ୪୪ଟି  ଭେଣ୍ଡିଂ ଜୋନ ଓ ବମ୍ବେ ଛକଠାରେ ସ୍ମାର୍ଟ ପାର୍କ କାର୍ଯ୍ୟ ବୁଲି ଦେଖିଛନ୍ତି। ଅପରାହ୍ଣରେ ଜିଲ୍ଲା ପରିଷଦ         ସଦଭାବନା ଗୃହରେ ଅନୁଷ୍ଠିତ ଏକ ସମୀକ୍ଷା  ବୈଠକରେ ଯୋଗ ଦେଇ ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ଯଥା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ବି ଟି ଏମ୍ ଠାରେ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ନିର୍ମିତ ଭେଣ୍ଡିଂ ଜୋନ କାର୍ଯ୍ୟ ପ୍ରଶଂସା କରିଥିଲେ। ରାଜସ୍ବ ଆୟୁକ୍ତଙ୍କ ପରିଦର୍ଶନ ସମୟରେ ଜିଲ୍ଲାପାଳ ସରୋଜ କୁମାର ସାମଲ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ, ବି ଡି ଓ

ପୂର୍ଣ୍ଣଚନ୍ଦ୍ର ଭୋଇ , ପୌରପାଳିକା ନିର୍ବାହୀ ଅଧିକାରୀ ଏମ୍ ଇ ମନୋଜ ପାତ୍ର ଓ ଡି ଏମ୍ ଏଫ୍ ର 

ରୁଦ୍ରାକ୍ଷ  ଶେଖର ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done