କୋଲାବିରା ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ


 କୋଲାବିରା ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ କୋଲାବିରାର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ସୁଶୀଲ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି  l ବେଦାନ୍ତ କମ୍ପାନୀର ସାମାଜିକ ଦାୟିତ୍ୱ ଅଧିକାରୀ ସୁଭାଶିଷ ଦାସ, ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ l ସମ୍ମାନୀୟ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଘୁରାମ ନାୟକ ଯୋଗଦେଇଥିଲେ l ମୁଖ୍ୟଵକ୍ତା ପଦ୍ମଶ୍ରୀ ଲୋକକବି ରତ୍ନ ହଳଧର ନାଗ ଯୋଗଦେଇ କବିତା ପାଠ କରିଥିଲେ l ସଭା ପ୍ରାରମ୍ଭରେ dr. ନରେଶ କୁମାର ସାହୁ  ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ  l ମୁଖ୍ୟଅତିଥି, ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତାଙ୍କୁ ମହାବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା l ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ  l ସାଂସ୍କୃତିକ କାର୍ଯ୍ୟକ୍ରମଙ୍କୁ ଇତିହାସ ବିଭାଗ ମୁଖ୍ୟ ସରୋଜ କୁମାର ପଟେଲ ସଂଯୋଜନା କରିଥିଲେ l ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ ପରିବେଷିତ ହୋଇଥିଲା l ଶେଷରେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପିକା ସନ୍ଧ୍ୟାରାଣୀ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ  l ମହାବିଦ୍ୟାଳୟର ଅଧ୍ୟାପକ, ନୃପରାଜ ଭୋଇ, ଲବ ପ୍ରଧାନ,ସୁମନ୍ତ ପଟେଲ ,ରୋହିତ ଖରସେଲ ,ସରିତା ବେହେରା ,ସସ୍ମିତା ବେହେରା ,ଋତୁପୂର୍ଣ୍ଣା ଧୁରୁଆ,ନମିତା ପଟେଲ , କର୍ମଚାରୀ, ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done