ଦୀର୍ଘ ୨୩ ବର୍ଷରୁ ଓଡ଼ିଶାରେ ବିଜୁ ଜନତା ଦଳର ଶାସନ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଝାରସୁଗୁଡ଼ା ସହର ର ନାଗରିକ ମାନେ ନିଜ ମୌଳିକ ଅଧିକାର ରୁ ବଞ୍ଚିତ ଅଛନ୍ତି। ଗୋଟିଏ ପଟେ ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶା ର ରାଜସ୍ବ ରେ ସବୁଠୁ ବଡ ଯୋଗଦାନ ରହିଥିଲେ ମଧ୍ୟ ଏଠିକାର ଜନସାଧାରଣ ନିଜ ମୌଳିକ ଅଧିକାର ରୁ ବଞ୍ଚିତ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ କଥା ଅଟେ। ସହର ର ଏହି ସବୁ ସମସ୍ୟା କୁ ଭିତ୍ତି କରି ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ପୂର୍ତ୍ତ ବିଭାଗ ରୁ ବାହାରି ପୌର ପରିଷଦ କାର୍ଯ୍ୟାଳୟ ରେ ଘେରାଉ କରିଅଛୁ। ଉକ୍ତ କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ କରାଯାଇଛି। ଏହି ଘେରାଉ କାର୍ଯ୍ୟକ୍ରମ ମୁଖ୍ୟତଃ ୧୨ଗୋଟି ଦଫା କୁ ନେଇ ପୌରପରିଷଦ ନିର୍ବାହୀ ଅଧିକାରୀ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଅଛି। ଦାବି ଗୁଡ଼ିକ ମଧ୍ୟରେ ମଙ୍ଗଳ ବଜାର ସ୍ଥିତ ଡାକ୍ତରଖାନା ଅର୍ଵାନ ସି ଏଚ୍ ସି ପୁନଃ ୨୪ ଘଣ୍ଟିଆ ସେବା ଯୋଗାଇବା,LN କଲେଜ ଓ ମହିଳା ମହାବିଦ୍ୟାଳୟ କୁ ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରଦାନ କରିବା, ସହରର ପୋଖରୀ, ଜଳାଶୟ ମାନଙ୍କ ପୁନରାଉଦ୍ଧାର କରିବା, ଜମି ହିନ ଙ୍କୁ ଜମି ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପ୍ରଦାନ କରିବା, ନାଳ ନର୍ଦ୍ଦମା ନିୟମିତ ଭାବରେ ସଫା କରିବା, ରୋଗ ମୁକ୍ତ ପାନୀୟ ଜଳର ବ୍ୟବସ୍ଥା, ଲାଇଟ୍ ବ୍ୟବସ୍ଥା, ରାସ୍ତା ନିର୍ମାଣ ଓ ମରାମତି କରିବା, ହିତାଧିକାରୀ ଙ୍କୁ ରାସନ୍ କାର୍ଡ ପ୍ରଦାନ କରିବା, ଭତ୍ତା ପ୍ରଦାନ କରିବା ସହ fly Ash dumping ବନ୍ଦ କରିବା ରହିଅଛି। ଏହି କାର୍ଯ୍ୟକ୍ରମ ରେ ୫୦୦୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ସହର ବାସୀ ଯୋଗ ଦେଇଥିବାବେଳେ ଭାରତୀୟ ଜନତା ପାର୍ଟିର ସୁନିଲ ପଣ୍ଡା, ଲଳିତ ମଗର, ବିମଳେନ୍ଦୁ ଭୋଳ,ପ୍ରେମ ସେନ ରାଏ, ସୋନୁ ଥିରାନୀ, ମନୋଜ କଲେଟ, ବାସୁଦେବ ପଧାନ, ବଳବିନ୍ଦର୍ ସିଂ, ରାଜେଶ ପ୍ରଧାନ, ପିଙ୍କି ଦୀପ, ଡିଲେଶ୍ଵର ରାଓ, ଦିପାନ୍ଦି ଗୋଖରା,ରାମ ହରି ପୂଜାରୀ, ରତନ ଶ୍ରୀବାସ୍ତବ, ରବି ହୋତା ଓ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ।
0 Comments