ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଗୁଡିକର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ନିମନ୍ତେ ମାନବ ସମ୍ବଳ ନିୟୋଜନ ଉପ ରେ ମୋ ସ୍କୁଲ ଅଭିଯାନର ପଞ୍ଚମ ବର୍ଷ ପୂର୍ତ୍ତି ଅବସରରେ ଝାରସୁଗୁଡା ଜିଲ୍ଲା ସ୍ତରୀୟ ମୋ ସ୍କୁଲ ଉତ୍ସବ ପାଳିତ ହୋଇଥିଲା l ପ୍ରୋକ୍ତ ଉତ୍ସବ ରେ ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ପ୍ରବୀର କୁମାର ନାୟକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ ଘୋଷଣା କରି ଥିଲେ l ସମ୍ମାନିତ ଅତିଥି ଭାବେ ଝାରସୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଯଶୋବନ୍ତ ସାହୁ , କିର୍ମିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଦେଶୀ ବେହେରା, ଲଇକେରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ତରଫ ରୁ ଜନ୍ମାଜୟ ନାଏକ ,କୋଲାବିରା ଗୋଷ୍ଠୀ ଅଧିକାରୀ ସତ୍ୟବ୍ରତ ସାହୁ ,ଲଖନପୁର ଗୋଷ୍ଠୀ ଅଧିକାରୀ ରୁଦ୍ର ନାରାୟଣ ପ୍ରଧାନ ସମେତ ସମସ୍ତ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଯୋଗ ଦେଇଥିଲେ l
ମୋ ସ୍କୁଲ ଅଭିଯାନ ର ଭୁବନେଶ୍ୱର ରୁ ଆସିଥିବା ପର୍ଯ୍ୟବେକ୍ଷକ ଭାବେ ଲୋପାପ୍ରିୟା ପ୍ରିୟଦର୍ଶିନୀ କାନୁନଗୋ ଯୋଗଦାନ କରିଥିଲେ l ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ମୋ ସ୍କୁଲ ଅଭିଯାନ ଆବାହକ ସୁଶାନ୍ତ କୁମାର ଘୁଟା ଓ ସଂଯୋଜକ ପ୍ରଦୀପ୍ତ କୁମାର ସା ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଗୁଡିକର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ନିମନ୍ତେ ମାନବ ସମ୍ବଳ ନିୟୋଜନ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ l ଏହି ଉନ୍ନତିମୂଳକ କାର୍ଯ୍ୟକ୍ରମ ରେ ଜିଲ୍ଲା ର ପାଞ୍ଚୋଟି ବ୍ଲକ ରୁ ୩୨୭ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଲୁମିନି ଉପସ୍ଥିତ ଥିଲେ l ଉତ୍ସବ ରେ ଆଲୁମିନି ସମ୍ପର୍କରେ , ପୁରାତନ ଛାତ୍ରଙ୍କ ଅବଦାନ ସମ୍ପର୍କରେ ମୋ ସ୍କୁଲ ଅଭିଯାନ ଏବଂ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ବିଷୟରେ , ବିଦ୍ୟାଳୟର ରକ୍ଷଣାବେକ୍ଷଣ ଓ ସୁରକ୍ଷା ର ଆବଶ୍ୟକତା , ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା ବିଦ୍ୟଳୟର ଭୂମିକା , ରକ୍ଷଣାବେକ୍ଷଣ ର ସମ୍ଭାବ୍ୟ ଦିଗ , ବିଦ୍ୟାଳୟ ନିରାପତ୍ତା ର ଗୁରୁତ୍ୱପୂର୍ଣ ଦିଗ, ମୌଳିକ ଅବଧାରଣା, ଆଦର୍ଶ ଆଚରଣ ବିଧି , ସର୍ବସାଧାରଣ ରେ ଆଚରଣ ଓ ବିଦ୍ୟାଳୟରେ ଶିଶୁ ସୁରକ୍ଷା ର ବିଭିନ୍ନ ଦିଗ ଉପରେ ବକ୍ତା ମାନେ ପଙ୍ଖାନୁପଙ୍ଖା ଭାବରେ ଆଲୋଚନା କରିଥିଲେ l ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟ ରୁ ଆଲୁମିନି ଭାବେ ଯୋଗଦାନ କରିଥିବା ସନାତନ ଧୁରୁଆ, ଜୟପ୍ରକାଶ କୁଅଁର , କୁବେର କୁମ୍ଭାର, ସୌରିନ୍ଦ୍ର ନାୟକ, ପ୍ରସନ୍ନ ପାତ୍ର , ବଂଶୀଧର ପଶାୟତ , ରାଜେଶ ପାଢ଼ୀ , କମଳଲୋଚନ ପୂଜାରୀ , ଜାମ୍ବଡାର ପାଢ଼ୀ , ପଦ୍ମିନୀ କରାଳି , ଧର୍ମେନ୍ଦ୍ର ଦେଓ , ଗୌରୀ ଶଙ୍କର ସାହୁ ପ୍ରମୁଖ ମୋ ସ୍କୁଲ ଅଭିଯାନ ର ବର୍ତମାନ ଓ ଭବିଷ୍ୟତ ଉପରେ ନିଜ ନିଜର ଅନୁଭୂତି ବର୍ଣନା କରିଥିଲେ l ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଡମ୍ବରୁ ଧର ପୂଜାରୀ , ରାମସା ସୁପରଭାଇଜର ସଦାନନ୍ଦ ଦାସ ସମେତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଓ ଝାରସୁଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରକାନ୍ତି ଦାସ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରି ଥିଲେ l ଶେଷରେ କୋଲାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସତ୍ୟବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
0 Comments