ଯୋଗାଯୋଗ କୌଶଳ, ପ୍ରାଥମିକ ଚିକିତ୍ସା , ଯୁବ ଅନୁଷ୍ଠାନ ଗଠନ ଓ ପରିଚାଳନା , ଗୋଷ୍ଠୀ ବିକାଶ, ସ୍ବେଛାସେବୀ କାର୍ଯ୍ୟକ୍ରମ ଓ ୟୁଥ୍ ପ୍ଲସ୍ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଶିବିରରେ ଶାରୀରିକ ଓ ମାନସିକ ବିକାଶ ପାଇଁ ବିଶେଷଜ୍ଞ ମାନଙ୍କ ଦ୍ୱାରା ସକାଳ ଛ'ରୁ ଆଠଟା ପର୍ଯ୍ୟନ୍ତ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଡ. ମୀନା ସୋନି, ଆନନ୍ଦିନୀ ପାଢ଼ୀ, ଫାଦର ପ୍ରକାଶ କିରୋ, ଲିନିଅସ ଫ୍ରାନ୍ସିସ ଏସ୍ ଲାକ୍ରା, ଜୀବନ ସିଂ, ସୁମନ୍ତ କୁମାର ଦ୍ବିବେଦୀ ଓ ମାଇକେଲ କୁଲୁ ପ୍ରମୁଖ ତାଲିମ ଦାତା ଭାବେ ଶିବିରରେ ଯୋଗଦାନ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା ଓ ଡ. ମୀନା ସୋନି ଅତିଥି ଭାବରେ ଯୋଗ ଦେଇ ଯୁବ ନେତୃତ୍ୱ ଏକ ଆହ୍ୱାନ ଓ ଦେଶ ବିକାଶରେ ଯୁବଗୋଷ୍ଠୀର ଯୋଗଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସୁନିତା ସୁନିଆ, ମାନସ ରଂଜନ ଭୋଇ , ନଳିନୀ ସୁନିଆ, ନେହା ସାହୁଙ୍କ ସମେତ ଜିଲ୍ଲାର ସ୍ବେଚ୍ଛାସେବୀ ମାନେ ଶିବିର ସମ୍ପର୍କରେ ନିଜର ଅନୁଭୂତି ଉଲ୍ଲେଖ କରିବା ସହ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
0 Comments