ଆଜି (ward no 21)ବୁରୋମାଲ,ବୁଢାପଡା, ଗୌନ୍ତିଆ ପଡା, ବଞ୍ଜରୀ ର ପ୍ରାୟ 500 ରୁ ଉର୍ଦ୍ଧ ସ୍ଥାନୀୟ ଗ୍ରାମ ବାସୀମାନେ, ଗୌନ୍ତିଆ ପଡା ରେ ଥିବା ପ୍ରାୟ 02ଏକର 45 ଡ଼ିସିମିଲ ରେ ଗୋଚର କିସମ ଜମିରେ ଝାରସୁଗୁଡା ମୁନିସିପାଲିଟି ଦ୍ୱାରା ବାସଗୃହ କାର୍ଯ୍ୟ ବିରୁଦ୍ଧରେ ଏକ ପ୍ରତିବାଦ ରାଲି ବୁରୋମାଲ ଗ୍ରାମରୁ ଆରମ୍ଭ କରି ସହରର ମୁଖ୍ୟ ରାସ୍ତା ହୋଇ ଜିଲ୍ଲପାଳ କାର୍ଯ୍ୟାଳୟ ସମୁଖରେ ଏକ ପ୍ରତିବାଦ ସଭା ଆୟୋଜନ କରାଗଲା ଏବଂ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ADM ଙ୍କୁ ସାକ୍ଷାତ କରି ଦାବୀ ଉପସ୍ଥାପନା କରାଯାଇଥିଲା, ଗ୍ରାମ ବାସୀ ଙ୍କ କହିବI ମୁତାବକ ଗ୍ରାମରେ ଉକ୍ତ ଜମି ଛାଡି ଅନ୍ୟ ଗୋଚର କିସମର ଜମି ନାହିଁ ଏବଂ ବିଶେଷ କରି ବୁରୋମlଲ, ବୁଢ଼ା ପଡା, ଗୌନ୍ତିଆ ପଡା ରେ ଗୋଟିଏ କଲ୍ୟାଣମଣ୍ଡପଟେ କିମ୍ବା ଖେଳ ପଡିଆ ଟେ ନାହିଁ, ଯଦି ଏହି ଗୋଚର ଜମିରେ ଗୃହ ନିର୍ମାଣ ହୁଏ ତେବେ ଗାଈ ଗୋରୁଙ୍କ ଚାରିବା ପାଇଁ ଆଉ ଜମି ନାହିଁ, ଗ୍ରାମର ବିକାଶ ନିମନ୍ତେ ଯଦି କଲ୍ୟାଣ ମଣ୍ଡପ, ଖେଳ ପଡିଆ, community centre ଟେ କରିବା ପାଇଁ ଜମି ର ଆବଶ୍ୟକତା ପଡିବ, ଯାହା ଅନ୍ୟ କୌଣସି ଉପାୟରେ ସମ୍ଭବ ହୋଇ ପାରିବ ନାହିଁ, ପ୍ରକାଶ ଥାଉକି ଓଡିଶା ସରକାରଙ୍କ ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ଉକ୍ତ ଗୋଚର ଜମିକୁ ବିନା dereservation କରି ଯାହା ସରକାରୀ ନିୟମ ଅନୁଯାୟୀ ବାଧ୍ୟ୍ୟ ଅଟେ l ଜିଲ୍ଲା ପ୍ରଶାସନ ଅନୁମୋଦନ କ୍ରମେ ଝାରସୁଗୁଡା ମୁନିସିପାଲିଟି ଉକ୍ତ ଗୋଚର କିସମ ଜମିରେ ଗୃହ ନିର୍ମାଣ କରିବା ପାଇଁ ଉଦ୍ୟମ କରୁଅଛି l ଗୋଚର ଜମିର ମାଲିକ ସେଠାକାର ଗ୍ରାମବାସୀ ଅଟନ୍ତି l ଝାରସୁଗୁଡା ମୁନିସିପାଲିଟି କିମ୍ବା ଜିଲ୍ଲା ପ୍ରଶାସନ ଗ୍ରାମ ବାସୀ ଙ୍କ ବିନା ସ୍ୱୀକୃତି ନେଇ ଉକ୍ତ ଗୋଚର ଜମିରେ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ତଥା ଝାରସୁଗୁଡା ମୁନିସିପାଲିଟି ଅଧିକାରୀ ଙ୍କୁ ଗ୍ରାମ ବାସୀ ନିନ୍ଦା କରିଛନ୍ତି, ଉକ୍ତ ରାଲି ତଥା ପ୍ରତିବାଦ ସଭା ବୁରୋମାଲ WNo 21ର ପୂର୍ବତନ councillor ସିଆରାମ ଦାସ ଙ୍କ ନେତୃତ୍ୱ ରେ କରାଯାଇଥିଲା, ଏହି ରାଲି ତଥା ପ୍ରତିବାଦ ସଭାରେ ଗ୍ରାମର ଉମେଶ ଗୁପ୍ତା, ରାଜେଶ ଦାସ, ନପୀନ୍ଦ୍ର ପ୍ରଧାନ, ଗଣ କାକ, ନିରଞ୍ଜନ ମହାନନ୍ଦ, ହୃଦାନନ୍ଦ କୁମ୍ଭାର, ଗୀତାଞ୍ଜଳି ପ୍ରଧାନ ସନ୍ତୋଷିନୀ ପ୍ରଧାନ, ବିଦେଶିନୀ ପ୍ରଧାନ ସହିତ ପ୍ରାୟ 500ରୁ ଉର୍ଦ୍ଧ ମହିଳା, ପୁରୁଷ, ଯୁବକ, ଯୁବତୀ. ସମ୍ମିଳିତ ହୋଇଥିଲେ, ଉକ୍ତ ଆନ୍ଦୋଳନ ଏବଂ ଗ୍ରାମବାସୀ ଙ୍କ ଦାବିକୁ ଯଥାର୍ଥ ଅନୁଭବ କରି ଝାରସୁଗୁଡା ସହରର ବିଶିଷ୍ଟ ସମାଜ ସେବୀ ଦେବାନନ୍ଦ ବାରିକ (ଅଜୁ ଭାଇ ), ବରିଷ୍ଠ ଆଇନଜିବି ପ୍ରଶାନ୍ତ ତ୍ରିପାଠୀ, ଶୁକଦେବ ବାଗ, କୋଶଲ ସେନାର ଯୁବକ ମାନେ,ତାଙ୍କର ସମର୍ଥନ ଜଣାଇଥିଲେ l
0 Comments