ଆଜି ଝାରସୁଗୁଡା ସହର ସ୍ଥିତ ବେହେରାମାଲ ର କିସାନ ଛକ ଠାରେ ଓଡିଶା ସରକାର ଙ୍କ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏକ ବିଶାଳ ଜନସଭା ଜ଼ିଲ୍ଲା ସଭାପତି ଶ୍ରୀ ମଙ୍ଗଲ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି | ଏହି ସଭା ରେ ଜ଼ିଲ୍ଲା ବରିଷ୍ଠ ନେତୃବୃନ୍ଦ ରାଜ୍ୟ ରୁ ଝାରସୁଗୁଡା ଜ଼ିଲ୍ଲା ପର୍ଯ୍ୟନ୍ତ ଘଟୁଥିବା ହତ୍ୟା, ନାରୀ ନିର୍ଯାତନା ଓ ଧର୍ଷଣ ଭଳି ଅପରାଧ ସହିତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଙ୍କୁ ପୋଲିସ ଦ୍ୱାରା ହତ୍ୟା କରାଯାଇଥିବା ବିରୁଦ୍ଧରେ ଓଡିଶା ସରକାର ଙ୍କୁ ଦାଇ କରି ବକ୍ତବ୍ୟ ରେ ଉଲ୍ଲେଖ କରିଛନ୍ତି | ସଭା ଶେଷ ହେବା ପରେ ପ୍ରତେକ ପଞ୍ଚାୟତ ଓ ମୁନ୍ସିପାଲିଟି ରୁ ଆସିଥିବା ସହ ସହ ମହିଳା ଓ ପୁରୁଷ ଏହି ବିକ୍ଷୋଭ କାର୍ଯ୍ୟକ୍ରମ କୁ ସମର୍ଥନ ଜଣେଇଥିଲେ ଓ ବେହେରାମାଲ ର କିସାନ ଛକ ଠାରୁ ଜ଼ିଲ୍ଲାପାଲ ଙ୍କ କାର୍ଯ୍ୟାଳୟ ଅଭିମୁଖେ ରେଲି ରେ ସାମିଲ ହୋଇଥିଲେ | ପ୍ରାୟ 3500 ଜନସାଧାରଣ ଜ଼ିଲ୍ଲାପାଲ ଙ୍କ କାର୍ଯ୍ୟାଳୟ କୁ ଧସେଇ ପଶିବା ସମୟରେ ଜନସାଧାରଣ ଓ ପୁଲିସ ପ୍ରଶାସନ ମଧ୍ୟରେ ଧକ୍କା ମୁକ୍କା ହେଲା ପରିସ୍ଥିତି ସମ୍ଭାଳି ନପାରି ପୋଲିସ ବିଜେପି ନେତୃ ମଣ୍ଡଳୀ ତଥା ମଙ୍ଗଲ ସାହୁ, ଟଙ୍କଧର ଟ୍ରପାଠୀ, ନେତାଜୀ ପଟନାଏକ, ବିମଳେନ୍ଦୁ ଭୋଲ, ରୀନା ପଟେଲ, ପିଙ୍କି ଦୀପ, ମଞ୍ଜରୀ ପୃଷ୍ଟି, ଆରତୀ ରାୟ, ସଞ୍ଜୟ ସିଂ ଓ ଅନ୍ୟାନ୍ୟ ଜ଼ିଲ୍ଲା ନେତୃମଣ୍ଡଳୀ କୁ ଗିରଫ କରି Omp ସ୍ଥିତ ପୋଲିସ ରିଜର୍ଭ ବେରେକ ରେ ରଖିଥିଲା ଓ ପରେ PR Bond ରେ ଛାଡିଥିଲା |
କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ
1.ରାଜ୍ୟ ସମ୍ପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ
2. ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁନୀଲ ପଣ୍ଡା
3. ଜ଼ିଲ୍ଲା ସାଧାରଣ ସମ୍ପାଦକ ପ୍ରେମ ସେନ ରାଏ
4. ଜ଼ିଲ୍ଲା ସାଧାରଣ ସମ୍ପାଦକ ବିମଳେନ୍ଦୁ ଭୋଲ
5.ଜ଼ିଲ୍ଲା ଉପସଭାପତି ପିତାମ୍ବର ମିଶ୍ର
6. ସଞ୍ଜୟ ସିଂ
7. ସାମଲ ନାଏକ
8. ମଞ୍ଜରୀ ପୃଷ୍ଟି
9. ଚୁମକି ପଟେଲ
10 ଜ଼ିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରୀନା ପଟେଲ
11. ନୱଲ ଅଗ୍ରୱାଲ
12. ନେତାଜୀ ପଟନାଏକ
13. ଏକାଦସିଆ ରଣା
14. ଆଲୋକ କୁମାର ସାହୁ
15. ଲଳିତ ମଗର
16. ପୁରୋସାତ୍ତମ ଥିରାଣୀ
17. ରଘୁରାମ ପାଲ
18. ସଂଜୁ ସାଲୁଜା
19. ଯୁବ ମୋର୍ଚ୍ଚା ଜ଼ିଲ୍ଲା ସଭାପତି ଶ୍ରୀ ମହେଶ୍ୱର ନାଏକ
20. କୃଷକ ମୋର୍ଚ୍ଚା ଜ଼ିଲ୍ଲା ସଭାପତି ମୁରାରୀ ପାଣିଗ୍ରାହୀ
21. ବିଶ୍ୱଜିତ ଷଡ଼ଙ୍ଗୀ
22. ରାଜେଶ ଦାସ
23. ରାଜେଶ ପ୍ରଧାନ
24. ଦିଲେଶ୍ଵର ରାଓ
25. ପିଙ୍କି ଦୀପ
26. ହେମରଞ୍ଜନ ସିଂ
ସମସ୍ତ 12 ଗୋଟି ମଣ୍ଡଳ ର ସଭାପତି ଓ ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
0 Comments