ଆଜି ଅପରାହ୍ନ ୧ଟା ସମୟରେ ସ୍ଥାନୀୟ ପୁରୁଣା ବସ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୦୨୫ ମସିହାର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ସମ୍ପର୍କରେ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପାଳନ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ପାଇଁ ସ୍କୁଲର ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଆସନ୍ତା ମାର୍ଚ୍ଚ ମାସ ଦ୍ଵିତୀୟ ଶନିବାର ଦିନ ଏକ ବୈଠକ ଡାକିବାକୁ ସ୍ଥିର କରାଯାଇଛି। ପ୍ରକାଶ ଥାଉ କି ଏହି ବିଦ୍ୟାଳୟଟି ୧୯୭୫ ମସିହାରେ ପ୍ରତିଷ୍ଠିତ ହୋଇଅଛି। ଏହି ସଭାରେ ସୁବର୍ଣ୍ଣ ଜୟନ୍ତୀ ପାଳନ ନିମିତ୍ତ ଏକ କମିଟି ଗଠନ କରାଯାଇ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ନିବେଦନ କରାଯିବ।
ଏହି ସଭାରେ ବିଦ୍ୟାଳୟର ପାରିପାର୍ଶ୍ବିକ ଉନ୍ନତି, ଖେଳ ପଡିଆ ନିର୍ମାଣ, ପାଚେରୀ ନିର୍ମାଣ, ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ଓ ଏକ ସାଇକେଲ ଷ୍ଟାଣ୍ଡ ନିର୍ମାଣ ଓ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାପାଇଁ ଉପସ୍ଥିତ ଜନସାଧାରଣ ମତ ବ୍ୟକ୍ତ କରିଥିଲେ। ଏହି ସଭାରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , କର୍ମଚାରୀ ଓ ସ୍କୁଲର ପୁରାତନ ଛାତ୍ର ତଥା ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନରେନ୍ଦ୍ର ପଣ୍ଡା, ଦେବେନ୍ଦ୍ର କର,ଶିବଦତ୍ତ ପଣ୍ଡା, କ୍ଷୀରାବ୍ଦୀ ଗିରି( ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ),ରାଜେଶ୍ୱରୀ ବହିଦାର, ନିରଞ୍ଜନ ତ୍ରିପାଠୀ, ଗୋବିନ୍ଦ ପତି, ସୁରେନ୍ଦ୍ର ପଣ୍ଡା,ବିଜୟ ପଟେଲ, ସଦାନନ୍ଦ ଦାଶ, ଝାରସୁଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୁରୁଷୋତ୍ତମ ପଟେଲ, ଅଶୋକ କୁମାର ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ।
ପରିଶେଷରେ ବିଭିନ୍ନ ପ୍ରତିଯୋଗିତାର କ୍ରୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
0 Comments