ଏମିତି ଥିଲା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଜୀବନ ଯାତ୍ରା ।


 ଦୁଃଖୀ ଦରିଦ୍ରଙ୍କ ସହାଭରସାର ଚାବି କାଠି । କେବେ ପ୍ରତିପତି ତ କେତେ ବେଳେ ପତିଆରା ଆଉ କେବେ ରାଜ୍ୟବାସୀଙ୍କ ପାଇଁ ଭଗବାନଙ୍କ ଠାରେ ମଥା ଟେକି ପ୍ରାର୍ଥନା କରୁଥିବା ଝାରସୁଗୁଡ଼ା ବିଧାୟକ ଆଉ ନାହାନ୍ତି । ASI ଗୋପାଳକୃଷ୍ଣ ଦାସଙ୍କ ଗୁଳିମାଡ଼ରେ ସବୁ ଦିନ ପାଇଁ ଆର ପାରିକୁ ଚାଲିଯାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।ଆଜି ତାଙ୍କର ଦ୍ୱାଦଶାହ। ବ୍ରଜରାଜନଗରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ସମୟରେ ଏପରି ଏକ ଅଘଟଣ ଘଟିଥିଲା । ଗୁଳି ମାଡ଼ ପରେ ମନ୍ତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚା ଯାଇପାରି ନଥିଲା । ଓଡିଶା ରାଜନୀତି ଏକ ବଡ଼ କ୍ଷତିର ସାମ୍ନା କରିଛି ନବ ଦାସ୍ ଙ୍କୁ ହରାଇ । ପଶ୍ଚିମ ଓଡ଼ିଶା ସହ ସାରା ଓଡ଼ିଶା ରାଜନୀତିରେ ଦବଦବା ରଖୁଥିବା ନବ ଦାସ୍ ଙ୍କୁ ଜଣେ ପୋଲିସ୍ କର୍ମଚାରୀ କେଉଁ କାରଣରୁ ମାରିଲେ ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରୁଛି । ତେବେ ଆଜି ଆମେ ଜାଣିବା ମନ୍ତ୍ରୀ ନବ ଦାସ୍ ଙ୍କ ରାଜନୈତିକ ଜୀବନ କିପରି ଥିଲା । ସେ କେମିତିକା ମଣିଷ ଥିଲେ, କେମିତି ରହିଥିଲା ତାଙ୍କର ଦବଦବା । ନବ କିଶୋର ଦାସ ୧୯୬୨ ମସିହା ଜାନୁଆରୀ ୭ ତାରିଖରେ ଜନ୍ମ ନେଇଥିଲେ ଏହି ଧରାପୃଷ୍ଟରେ । ପରିବାରର ତୃତୀୟ ସନ୍ତାନ ଥିଲେ ସେ । ତାଙ୍କର ରାଜନୈତିକ କ୍ୟାରିୟର ଛାତ୍ର ଜୀବନରୁ ହିଁ ଆରମ୍ଭ କରିଥିଲେ । ସମ୍ବଲପୁର ଗଙ୍ଗାଧର ବିଶ୍ଵବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ସେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ତେବେ ଦୀର୍ଘ ବର୍ଷ ନବ ଦାସ୍ କଂଗ୍ରେସ ରେ ରହି ରାଜନୀତି କରିଥିଲେ । ଏହାପରେ ୨୦୦୪ ମସିହାରେ ରେ ସେ କରିଥିଲେ ପ୍ରକୃତ ରାଜନୀତି ଓ ରାଜ୍ୟ ରାଜନୀତିରେ ନିଜର ପାଦ ଥାପିଥିଲେ ।

ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ୨୦୦୪ ମସିହାରେ ସେ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେ ପ୍ରଥମ ନିର୍ବାଚନରେ ବିଜୟୀ ହୋଇପାରି ନଥିଲେ । କିନ୍ତୁ ସେ ହାର ନମାନି ପୁଣି ନିର୍ବାଚନ ଲଢିଥିଲେ ଏବଂ ବିଜୟୀ ହୋଇ ୨୦୦୯ ମସିହା ରେ କଂଗ୍ରେସ ପକ୍ଷରୁ ବିଜୟୀ ହୋଇ  ବିଧାୟକ ସାଜିଥିଲେ । ପୁଣି ୨୦୧୪ ରେ ନବ ଦାସ୍ କଂଗ୍ରେସ ତରଫରୁ ନିର୍ବାଚନ ଜିତିଥିଲେ । କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ମନ୍ତ୍ରୀ କଂଗ୍ରେସ ର ହାତ ଛାଡ଼ି ବିଜେଡି ରେ ସାମିଲ ହୋଇଥିଲେ । ଏହି ଘଟଣା କୁ ନେଇ ରାଜ୍ୟ ରାଜନୀତି ରେ ହଲଚଲ ସୃଷ୍ଟି ହୋଇଥିଲା । ତେବେ ପୂର୍ବରୁ ବିଜେଡି ରେ ଜଣେ ଟାଣୁଆ ନେତା ଥିବାରୁ କାହାକୁ ଟିକେଟ ମିଳିବ ସେନେଇ ଚର୍ଚ୍ଚା ଜୋର ଧରିଥିଲା । ଶେଷରେ ଟିକେଟ ନବ କିଶୋର ଦାସଙ୍କୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭରସା କୁ ନ ଭାଙ୍ଗି ମନ୍ତ୍ରୀ ବିଜେଡି ବିଧାୟକ ଭାବରେ ତୃତୀୟ ଥର ପାଇଁ ଝାରସୁଗୁଡ଼ା ବିଧାୟକ ଭାବରେ ନିର୍ବାଚନ ଜିତିଥିଲେ । ଏତେ ଦିନର ରାଜନୈତିକ ଯାତ୍ରା ମଧ୍ୟରେ ପଶ୍ଚିମ ଓଡ଼ିଶାର ଜଣେ ଜଣାଶୁଣା ନେତା ହୋଇସାରିଥିଲେ ନବ ଦାସ୍ । କେବଳ ଜଣାଶୁଣା ନୁହେଁ ସେ ନିଜର ଦକ୍ଷତା ବଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ ଯାହା ଫଳରେ ବିଜେଡି ରେ ପାଦ ଦେଉ ଦେଉ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ବ ଦେଇଥିଲେ । ଅନ୍ୟପଟେ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ହେବା ପରେ ମଧ୍ୟ ନବ ଦାସ୍ ତାଙ୍କର ସ୍ଥାନ ସୁରକ୍ଷିତ ରଖିଥିଲେ । ଏବଂ ଦେହର ଶେଷ ପ୍ରାଣ ବାୟୁ ପର୍ଯ୍ୟନ୍ତ ସେ ସ୍ବାସ୍ଥ୍ୟ ବିଭାଗ ର ଦାୟିତ୍ଵ ତୁଲାଇ ଆସୁଥିଲେ । ନବ ଦାସ୍ ରାଜନୈତିକ ଜୀବନରେ ଝାରସୁଗୁଡ଼ା ଜିଲ୍ଲାର ଉନ୍ନତି ପାଇଁ ଖୁବ୍ ପ୍ରୟାସ କରିଛନ୍ତି କାର୍ଯ୍ୟ ମଧ୍ୟ କରିଛନ୍ତି । ଝାରସୁଗୁଡ଼ା ଜିଲ୍ଲା ରେ ନବ ଦାସ୍ କହିଲେ ଛୋଟ ଛୁଆ ଠୁଁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଜାଣନ୍ତି । କାହାରି ପାଖରେ ସେ ଅଜଣା ନାହାଁନ୍ତି । ଯେପରି ବ୍ୟକ୍ତିତ୍ଵ ଥିଲା ତାଙ୍କର ସେଥିପାଇଁ ସେ ଅତି ପ୍ରିୟ ହୋଇପାରିଥିଲେ ସମସ୍ତଙ୍କ ପାଖରେ । ଆଜି ଝାରସୁଗୁଡ଼ା ଜିଲ୍ଲା ନବ କିଶୋର ଦାସଙ୍କୁ ହରାଇ ନୂତନ ଝାରସୁଗୁଡ଼ା ନିର୍ମାଣ ର ସପନ କୁ ଯେପରି ହରାଇ ଦେଇଛନ୍ତି । ସେ ଝାରସୁଗୁଡ଼ା ଜିଲ୍ଲା ର ଉନ୍ନତି ସକାଶେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିଯାଇଛନ୍ତି,  ଏବଂ ଅଧେ କାର୍ଯ୍ୟ ଅଧାରେ ଛାଡି ଯାଇଛନ୍ତି । ଶେଷରେ ଏତିକି କହିବା ଝାରସୁଗୁଡ଼ାବାସୀ ଙ୍କ ପ୍ରିୟ ନେତା ନବ କିଶୋର ଦାସଙ୍କ ଆତ୍ମା କୁ ସଦଗତି ପ୍ରାପ୍ତ ହେଉ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done