ଆଜି ହେଉଛି ମନ୍ତ୍ରୀ ନବ ଦାସଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ଝାରସୁଗୁଡ଼ା ସରାବାହାଲ ହାଇସ୍କୁଲ୍ ପଡିଆରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯଇଛି । ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ରୁ ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ମଧ୍ୟାହ୍ନ ୧୨ ଟାରେ ପହଞ୍ଚିବେ । ସେଠାରୁ ହେଲିକେପ୍ଟର ରେ ଆସି ଅସ୍ଥାୟୀ ହେଲିପ୍ୟାଡ ରେ ୧୨.୧୫ ରେ ଅବତରଣ କରି ନିକଟରେ ଥିବା ସରବାହାଲ ହାଇସ୍କୁଲ୍ ପଡିଆକୁ ଯାଇ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେବେ । ୨.୪୫ ମି ରେ ହେଲିକେପ୍ଟର ଝାରସୁଗୁଡ଼ା ବିମାନ ବନ୍ଦର କୁ ଯିବା ପରେ ଅପରାହ୍ନ ୧ ଟା ରେ ଭୁବନେଶ୍ୱର କୁ ଫେରି ଯିବାର କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ପ୍ରାୟ ୨୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଏଥିପାଇଁ ମୁତୟନ ହେବେ । ଏଥି ସହିତ ଟ୍ରାଫିକ ଆଡଭାଇଜରି ଜାରି କରିଛି ଝାରସୁଗୁଡ଼ା ପୋଲିସ୍ । ଏହି ସଭାରେ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ବିରୋଧୀ ଦଳ ନେତା ଓ ସାଂସଦ ମାନେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମ ପାଇଁ ନବ ଦାସ୍ ଙ୍କ ପରିବାର ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଏହି ସଭାରେ ଝାରସୁଗୁଡ଼ା , ସମ୍ବଲପୁର ସହ ଆଖପାଖ ଜିଲ୍ଲାରୁ ବହୁ ଲୋକ ଯୋଗ ଦେବେ ବୋଲି ଜଣାପଡିଛି ।ଏହା ସହିତ ନବ ଦାସ୍ ଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ର ମଧ୍ୟ ଅୟୋଜନ କରାଯାଇଛି ।
0 Comments