ହସୁଛି ନବ ଦାସ୍ ହତ୍ୟାକାରୀ ଗୋପାଳ । ନବ ଦାସ୍ ଙ୍କୁ ଗୁଳି କରି ହତ୍ୟା କରିଥିବା ଗୋପାଳ ମୁହଁ ରେ ଦେଖିବାକୁ ମିଳିଛି ହସ । ଆଜ୍ଞା ହଁ ଜଣେ ହତ୍ୟାକାରି କେତେ ଆରାମରେ ହସୁଛି ତାହା ଆପଣ ମାନେ ଦେଖିପାରୁଥିବେ । ଗୁଜୁରାଟ ଯାଉଥିବା ପୂର୍ବରୁ ଗୋପାଳ ଖିଲି ଖିଲି ହୋଇ ହସୁଥିବାର ଚିତ୍ର ସାମ୍ନା କୁ ଆସୁଛି । ଏହି ଗୋପାଳ ଦାସ ହେଉଛି ସେହି ହତ୍ୟାକାରୀ ଯେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ୍ ଙ୍କୁ ଗୁଳି କରି ହତ୍ୟା କରିଥିଲେ ଏବଂ ସେ ଏବେ ଗୋଟିଏ ପରେ ଗୋଟିଏ ରିମାଣ୍ଡ ର ସାମ୍ନା କରି ଚାଲିଛନ୍ତି । ପ୍ରଥମେ ଚାରି ଦିନିଆ ପୁଣି ଦ୍ଵିତୀୟ ରେ ଚାରି ଦିନିଆ ଆଉ ଏବେ ପୁଣି ପାଞ୍ଚ ଦିନିଆ ରିମାଣ୍ଡ ରେ ଅଛନ୍ତି ଗୋପାଳ । ହେଲେ ଗୋପାଳ ଦାସ ର ମୁହଁ ରେ ଅନୁତାପ ର ପ୍ରଶ୍ନ ହିଁ ଉଠୁନାହିଁ । ତେବେ କ୍ରାଇମ୍ ସିନ୍ ରିକ୍ରିଏସନ୍ ସମୟରେ ମଧ୍ୟ ଗୋପାଳ ର ମୁହଁ ରେ କୌଣସି ଚିନ୍ତା ଦେଖିବାକୁ ମିଳି ନ ଥିଲା । ଜଣକୁ ହତ୍ୟା କରି କିପରି ଜଣେ ଏତେ ଅଚିନ୍ତା ରହିପାରେ ? ତାକୁ ଫାଶୀ ହୋଇପାରେ , ଜେଲ୍ ହୋଇପାରେ ଏନେଇ ଚିନ୍ତାଗ୍ରସ୍ତ ରହିବା ଦରକାର କିନ୍ତୁ ସେ ଏତେ ଯୋର୍ ରେ ହସୁଥିବା ଦେଖିବାକୁ ମିଳିଛି । ଏହି ହସି ପଛରେ କଣ କାରଣ ଥାଇ ପାରେ ଏବେ ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ଗୋପାଳ ଦାସ ନାଟକ କରୁଛି କି ? ସେ ଅଚିନ୍ତା ରେ ଅଛି ମୋର କେହି କିଛି କରିପାରିବେ ନାହିଁ ବୋଲି ଭାବୁଛି କୁ ଗୋପାଳ ? ପୋଲିସ୍ ଅଧିକାରୀ ହୋଇଥିବାରୁ ସବୁ ଜଣାଅଛି କୁ ଗୋପାଳ କୁ ? ସେଥିପାଇଁ ମନ ଖୁସିରେ ହସୁଛି ଗୋପାଳ ଓ ଅଚିନ୍ତା ରେ ରହୁଛି । ଜେଲ ରେ କଏଦି ମାନେ କେମିତି ଆରାମ ରେ ରୁହନ୍ତୁ ସେସବୁ ଜଣା ଅଛି ଗୋପାଳ କୁ । ନବ ଦାସ୍ ଙ୍କୁ ହତ୍ୟା କରିବା ପରେ ମଧ୍ୟ ଜଣେ ଅପରାଧୀ କେମିତି ହସି ପାରେ ସେ କଥା ସାଧାରଣ ରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
0 Comments