ଲଖନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ ୧୪୫ଟି ଅଭିଯୋଗ ଶୁଣାଣି ହୋଇଛି । ଏଥି ମଧ୍ୟରୁ ୨୨ଟି ସାମୁହିକ ଓ ୧୨୩ଟି ବ୍ୟକ୍ତିଗତ। ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ପଞ୍ଚାୟତ ସମିତି ଅଧ୍ଯକ୍ଷା ହୁତେଶ୍ୱରୀ ତିହିରିଆ ,ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳାମଣି ପଟେଲ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲମ୍ବୋଦର ବୁଡ଼ା, ଏ ସି ଏଫ୍ ମନୁ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ଚିକିତ୍ସା ପାଇଁ ଆର୍ଥିକ ସହାୟତା, ଜମି ଚିହ୍ନଟ, କାଳିଆ ଯୋଜନାରେ ନାମ ଅନ୍ତର୍ଭୁକ୍ତ କରିବା , ବିଦ୍ୟୁତ ସଂଯୋଗ , ରାସ୍ତା ନିର୍ମାଣ , ଜମିଜମା ବିବାଦ,ଜମି ବାବଦକୁ କ୍ଷତି ପୂରଣ , ପ୍ୟାକ୍ସ ପଞ୍ଜିକରଣ ଓ ଫସଲ ବୀମା ସମ୍ୱନ୍ଧୀୟ ବିଭିନ୍ନ ଅଭିଯୋଗ ଉପରେ ଶୁଣାଣି କରାଯାଇ ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଚିକିତ୍ସା ବାବଦକୁ ୧୮ଜଣଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୫୪୫୦୦ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
0 Comments