ତିନିଦିନିଆ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ଗୋଁଣ୍ଡୱନା ଅଧିବେଶନ ଉଦଯାପିତ

 

ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭାର ୧୫ତମ ଜାତୀୟ ଓ ପ୍ରଥମ ଆନ୍ତର୍ଜାତୀୟ ମହାଅଧିବେଶନ ଉଦଯାପିତ ହୋଇ ଯାଇଛି। ଏହି ତିନି ଦିନିଆ ମହାଅଧିବେଶନ ଅବସରରେ ରାଷ୍ଟ୍ରୀୟ ଓ ବିଭିନ୍ନ ପ୍ରଦେଶର କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଶିଶୁପାଲ ସୋରୀ, କାଂକେର ବିଧାୟକଙ୍କୁ ପୁଣି ଥରେ ସଭାପତି ଭାବରେ ଚୟନ ହୋଇଥିବା ବେଳେ ଓଡ଼ିଶାର ଖାମସିଂହ ମାଝୀ କାର୍ଯ୍ୟକାରୀ ସଭାପତି ଚୟନ ହୋଇଛନ୍ତି। ଏଥିରେ ଓଡିଶାରୁ ସଚିବ ଭାବରେ ହେମନ୍ତ ଧୁରୁଆ, କାର୍ଯ୍ୟନିର୍ବାହୀ ସଭ୍ୟ ଭାବରେ ଡମ୍ବରୁଧର କାଲୋ ଓ ଗଣେଶ ମାଝୀ ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରୀୟ ମହିଳା ସଂଗଠନର ସଭାନେତ୍ରୀ ଭାବରେ ହୀରାସେନ ଉଇକେଙ୍କ ସହିତ ଓଡ଼ିଶାରୁ ଉପସଭାନେତ୍ରୀ ଭାବେ ସୁନ୍ଦରଗଡର ବୁଦ୍ଧେଶ୍ବରୀ ମାଝୀ ଚୟନ ହୋଇଛନ୍ତି। ଏଥି ସହିତ ଗୋଁଣ୍ଡ ବହୁଳ ୧୨ଟି ରାଜ୍ୟରୁ ରାଷ୍ଟ୍ରୀୟ କମିଟିର ବିଭିନ୍ନ ପଦପଦବୀରେ ଚୟନ ହୋଇଛନ୍ତି।

ଦାବି

    ଦେଶ ତଥା ରାଜ୍ୟର ଦ୍ରୁତ ଗତିରେ ବିକାଶ ହେଉଥିବା ବେଳେ ଆଦିବାସୀ ମାନଙ୍କର ଆଗାମୀ ପିଢିକୁ ଦେଶ ବିକାଶର ମୂଖ୍ୟ ଶ୍ରୋତରେ ସାମିଲ କରିବା ପାଇଁ ପ୍ରମୁଖ ଭାବେ ନିମ୍ନଲିଖିତ ସାମ୍ବିଧାନିକ ହକ ଅଧିକାର ଗୁଡିକ ଶିଘ୍ର ପୂରଣ କରାଯାଉ। 
    ୨୦୦୯ ପୂର୍ବରୁ ରାଜ୍ୟରେ ଆଦିବାସୀ ମାନଙ୍କ ପାଇଁ ୩୪ଟି ଆସନ ସଂରକ୍ଷଣ ଥିଲା। ତାହାମଧ୍ୟରୁ ଲଇକେରା ଆସନକୁ ଝାରସୁଗୁଡା ସହିତ ମିଶାଇ ଗୋଟିଏ ଆଦିବାସୀ ସଂରକ୍ଷଣ ଆସନ କଟାଯାଇ ବର୍ତ୍ତମାନ ରାଜ୍ୟରେ ୩୩ଟି ଆସନ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ଅଛି। ମହାସଭା ଦାବି କରୁଛି ଯେ ଝାରସୁଗୁଡା ବିଧାନସଭା ଆସନକୁ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ କରାଯାଉ। ରାଜ୍ୟରେ ଆଦିବାସୀ ମାନଙ୍କ ସୁରକ୍ଷା କବଚ ପେଶା ଆଇନ ଲାଗୁ ହେଉ। ରାଜ୍ୟ ଆଦିବାସୀ କମିଶନ ଗଠନ ହେଉ। ଗତ ତ୍ରିସ୍ତରୀୟ ପଞ୍ଚାୟତୀରାଜ ନିର୍ବାଚନରେ ୧୯୫ଟି ବ୍ଲକରେ ବେନିୟମ ଭାବରେ ସରପଞ୍ଚ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଗୁଡିକୁ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣକୁ ରଦ୍ଧ କରାଯାଇଛି। ତାର ପୁନର୍ବିଚାର କରି ଆଇନର ପରିସର ଭିତ୍ତିରେ ପୁନଃ ଲାଗୁ କରାଯାଉ। ରାଜ୍ୟର ଝାରସୁଗୁଡା ଜିଲ୍ଲା ମହାସଭାର ୧୫ତମ ଜାତୀୟ ଓ ପ୍ରଥମ ଆନ୍ତର୍ଜାତିୟ ମହାଅଧିବେଶନ ଅନୁଷ୍ଠିତ ହୋଇଥିବା ଏଚ କଟାପାଲି ରତ୍ନାକର ହାଇସ୍କୁଲ ସମ୍ବୁଖ ପଡିଆକୁ ଗୋଁଣ୍ଡୱନା ମୈଦାନ ନାମରେ ନାମିତ କରାଯାଉ। ଗୋଁଣ୍ଡୱନା ସମ୍ବିଧାନ ଭବନ ନିର୍ମାଣ ପାଇଁ ରେଢାଖୋଲ ସବଡିଭିଜନରେ ୧୦୦ ଏକର ଜମି ପ୍ରଦାନ କରାଯାଉ। ଆଦିବାସୀ କଳା ସଂସ୍କୃତିକୁ ବଜାୟ ରଖିବା ପାଇଁ ରାଜ୍ୟ ରାଜଧାନୀ ଭୂବନେଶ୍ୱର ତଥା ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ଖୋଲା ଆଦିବାସୀ ମ୍ୟୁଜିୟମ ସ୍ଥାପନ କରାଯାଉ। ବୀର ସୁରେନ୍ଦ୍ର ସାଏଙ୍କୁ ଅନୁସୁଚିତ ଗୋଁଣ୍ଡ ଜାତିର ବୋଲି ମହାମହିମ ରାଷ୍ଟ୍ରପତି ଘୋଷଣା କରିଥିବାରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ଓ ତାଙ୍କର କିର୍ତିକୁ ବଜାୟ ରଖିବା ପାଇଁ ବିଜୟବାଡା ରାଂଚି ୧୨୦୦ କିଲୋମିଟର ରାସ୍ତାକୁ ଭାରତ ସରକାର ବୀର ସୁରେନ୍ଦ୍ର ସାଏ ଏକ୍ସପ୍ରେସ ନାମରେ ନାମିତ କରନ୍ତୁ ଓ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିସ କରନ୍ତୁ। ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ପିଠ ଖିଣ୍ଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ସମ୍ବଲପୁର ଜିଲ୍ଲା ଖିଣ୍ଡା ଛକରୁ ସୁନ୍ଦରଗଡ ଜିଲ୍ଲା ଉଜଲପୁର ପର୍ଯ୍ୟନ୍ତ ୩୨ କିଲୋମିଟର ରାସ୍ତାକୁ ସୁରେନ୍ଦ୍ର ସାଏ କରିଡର ନାମରେ ନାମିତ କରାଯାଉ।  ଗୋଁଣ୍ଡ ମାନଙ୍କର ଆରାଧ୍ୟ ଦେବତା ସୁନ୍ଦରଗଡ ଜିଲ୍ଲା ଭୋଇପାଲି ସ୍ଥିତ ଜଙ୍ଘା ବଡଦେଓ ପିଠର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଥମ ପର୍ଯ୍ୟାୟରେ ଏକକୋଟି ଟଙ୍କା ପ୍ରଦାନ କରନ୍ତୁ।
 ଝାରସୁଗୁଡା ଜିଲ୍ଲାର କୋଳାବିରା ଗଢରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇ ଥିବା ପ୍ରତିଶୃତି ଅନୁଯାୟୀ ବୀର କରୁଣାକର ସିଂହ ନାଏକ, ଭାଇ ଖଗ ନାଏକ ଓ ପୁତୁରା କହ୍ନେଇ ନାଏକଙ୍କୁ ସହୀଦ ମାନ୍ୟତା ଦେଇ ତାଙ୍କର ପ୍ରତିମୂର୍ତ୍ତି ଗୋଁଣ୍ଡୱନା ଛକରେ ସ୍ଥାପନ କରାଯାଉ ଓ ପ୍ରତିଶୃତି ଅନୁଯାୟୀ ବୀର କରୁଣାକର ସ୍ମୃତି ଟ୍ରଷ୍ଟକୁ ୫୦ ଲକ୍ଷ ଟଙ୍କା ପ୍ରଦାନ ସହିତ ଗଢର ସୁରକ୍ଷା କରାଯାଉ। ବ୍ରଜରାଜନଗର ଭୂତବଙ୍ଗଲା ଠାରଠାରେ ଆଦିବାସୀ ମାନଙ୍କ ସଂଗିତ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ଜମିରେ ଆଦିବାସୀ କଳା ସଂସ୍କୃତି ସ୍କୁଲ ଖୋଲାଯାଉ। ଲଇକେରା ବ୍ଲକ ପାଇଁ ମଞ୍ଚୁରୀ ହୋଇଥିବା ଏକଲବ୍ୟ ସ୍କୁଲରେ ଅବିଲମ୍ବେ ପାଠପଢା ହେଉ। ପୂର୍ବତନ ମୂଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଭୟ ରାଜ୍ୟ ରାଜଧାନୀ ଭୁବନେଶ୍ବର ଓ ଝାରସୁଗୁଡା ସହରରେ ତାଙ୍କ ପ୍ରତିମୂର୍ତ୍ତି ଶୀଘ୍ର ସ୍ଥାପନ କରାଯାଉ ବୋଲି ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ଦାବି କରିଛନ୍ତି ବୋଲି ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ ଜଣାଇଛନ୍ତି। ଏହି  ଉଦଯାପନୀ ଉତ୍ସବର ମୂଖ୍ୟ ଅତିଥି ମାନ୍ୟବର ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାବି ଉପରେ ଜଣାଇବା ପାଇଁ ନିବେଦନ କରାଯାଇଛି। ଅନ୍ୟତମ ଅତିଥି ଭାବରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଆସାମର କୁକ୍ରାଝର ଦୁଇ ଦୁଇ ଥର ଜିତିଥିବା ସ୍ୱାଧିନ ସାଂସଦ ନବକୁମାର ସରନିଆ,ନବରଙ୍ଗପୁର ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଗୋଁଣ୍ଡୱନା ମହାସଭାର ରାଷ୍ଟ୍ରୀୟ ସଭାପତି ତଥା ଛତିଶଗଡ଼ କାଂକେର ବିଧାୟକ ଶିଶୁପାଲ ସୋରୀ ଆଇଏଏସ ଉପସ୍ଥିତ ଥିଲେ।ଏହି ସଭାକୁ ରାଷ୍ଟ୍ରୀୟ ସଚିବ ଆରଏନ ଧ୍ରୁବ, ରାଜ୍ୟ ସଭାପତି ମହେନ୍ଦ୍ର ନାଏକ, ରାଜ୍ୟ ମହାସଚିବ ପ୍ୟାରୀମୋହନ ନାୟକ, ମହିଳା ସଭାନେତ୍ରୀ ସୁକାନ୍ତିବାଲା ନାୟକ, ମହାସଚିବ ସୁଜାତା ନାଏକ, ଦମୟନ୍ତି ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done