କୋର୍ଟ ରେ ହଜାର ହେବା ପରେ ଜେଲ୍ ଗଲେ ଗୋପାଳ ଦାସ । ଆଜି ଝାରସୁଗୁଡ଼ା JMFC କୋର୍ଟରେ ଗୋପାଳ ଦାସ କୁ ହାଜର କରାଇଛି କ୍ରାଇମବ୍ରାଞ୍ଚ । ଜେଲ କୁ ଗଲା ପରେ ପୁଣି ଅଭିଯୁକ୍ତ ଗୋପାଳ ଦାସ କୁ ଝାରସୁଗୁଡ଼ା JMFC କୋର୍ଟରେ ହାଜର କରାଯାଇଛି । ସେଠାରେ ୧୬୪ ଧାରା ଅନୁସାରେ ଗୋପାଳ ର କରାଯାଇଥିଲା । ତେବେ କଡା ସୁରକ୍ଷା ବଳୟରେ ଗୁଜୁରାଟ ରୁ ଆସିବାପରେ ଗୋପାଳ କୁ ହଜାର କରାଯାଇଛି । ଯେଉଁ ପାଞ୍ଚ ଦିନିଆ ରିମାଣ୍ଡ ନିଆ ଯାଇଥିଲା ଗୋପାଳ କୁ ଜେରା କରିବା ପାଇଁ ତାହାର ଆଜି ଶେଷ ଦିନ ଥିଲା । ଅନ୍ୟପଟେ ଏହି ହତ୍ୟା ମାମଲା ରେ ଅଭିଯୁକ୍ତ ଗୋପାଳ ବାବଦରେ କ୍ରାଇମବ୍ରାଞ୍ଚ ଦିନକୁ ଦିନ ନୂଆଁ ନୂଆଁ ତଥ୍ୟର ସାମ୍ନା କରୁଛି । ଗୋପାଳ ଦାସ ଥିଲା ଜଣେ ସାର୍ପ ସୁଟର । ଗତ ଡ଼ିସେମ୍ବର ମାସରେ ଜିଲ୍ଲା ପୋଲିସ୍ ଅଫିସର ଙ୍କ ବାର୍ଷିକ ଫାରିଙ୍ଗି ରେଞ୍ଜ କୋର୍ସ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋପାଳ ମଧ୍ୟ ଭାଗ ନେଇଥିଲା । ଏଥିରେ ଗୋପାଳ ଲାଇଟ୍ ମେସିନ୍ ଗନ୍, ରାଇଫଲ୍, ଏକେ-47 ଓ 9 MM ପିସ୍ତଲ ୫୦ ରୁ ୧୦୦ ମିଟର ରେଞ୍ଜ ମଧ୍ୟରେ ଚାଳନା କରିଥିଲା । ଯେଉଁଥିରେ ସେ ସମସ୍ତ ପ୍ରକାରର ବନ୍ଧୁକରୁ ବ୍ଲୁ ବଲ୍ ଆଖି ପକାଇ ଗୁଳି ମାରୁଥିଲା । ଏହି ବନ୍ଧୁକ ଚାଳନା ପ୍ରତିଯୋଗିତା ରେ ଗୋପାଳ ଉତ୍ତମ ପ୍ରଦର୍ଶନ କରିଥିଲା । ଏନେଇ ସେ ପୋଲିସ୍ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ତେବେ ଗୁଳି ଚାଳନା ରେ ଏତେ ଅଭ୍ୟାସ ଥିବା ଯୋଗୁଁ ଗୋପାଳ ମନ୍ତ୍ରୀଙ୍କୁ ସଠିକ୍ ଗୁଳିମାଡ଼ କରି ଜୀବନ ନେଇଥିଲା ଗୋପାଳ । ଯେଉଁଦିନ ଗୋପାଳ ନବ ଦାସଙ୍କୁ ହତ୍ୟା କରିଥିଲା ସେହିଦିନ ସେ ନବଙ୍କ ଶରୀର ଠାରୁ ୬ ଇଞ୍ଚ ଦୂରରେ ରହି ଗୁଳି ମାରିଥିଲା । ତେବେ ସୂଚନା ଅନୁସାରେ ଗୋପାଳ କୁ ଜିଲ୍ଲା ପୋଲିସ୍ ୨୦୧୩ ମସିହାରେ ବନ୍ଧୁକ ପ୍ରଦାନ କରିଥିଲା ।
0 Comments