ମନ୍ତ୍ରୀ ନବ ଦାସ ଙ୍କ ହତ୍ୟାର ଅଭିଯୁକ୍ତ ଗୋପାଳ ଦାସ ର ନାର୍କୋ ଟେଷ୍ଟ ଗତ କାଲି ଶେଷ ହୋଇଛି ।ତିନିଦିନ ଧରି ଗୁଜୁରାଟ ର ଗାନ୍ଧୀ ନଗର ଲ୍ୟାବ ରେ ଚାଲିଥିବା ନାର୍କୋ ଟେଷ୍ଟ । ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏବେ ଅପେକ୍ଷା ପରୀକ୍ଷାର ରିପୋର୍ଟ କୁ । ନାର୍କୋ ଟେଷ୍ଟ ସମୟ ରେ ମନ୍ତ୍ରୀ ନବ ଦାସ ଙ୍କୁ କାହିଁକି ହତ୍ୟା କଲା ଗୋପାଳ ତାର କାରଣ ଜାଣିବାକୁ ପ୍ରୟାସ କରିଥିଲା କ୍ରାଇମ୍ ବ୍ରାଞ୍ଚ ଟିମ୍ । ନାର୍କୋ ଟେଷ୍ଟର ତୃତୀୟ ଦିନରେ ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଛି । ଗୋପାଳ କୁ ଆଜି ଝାରସୁଗୁଡ଼ା କୁ ଅଣାଯିବ। ଆସନ୍ତା କାଲି ତାଙ୍କୁ ଝାରସୁଗୁଡ଼ା କୋର୍ଟ ରେ ହାଜର୍ କରାଯିବ । ଏହି ନାର୍କୋ ଟେଷ୍ଟ ରିପୋର୍ଟ ଝାରସୁଗୁଡ଼ା କୋର୍ଟ ରେ ଦାଖଲ କରାଯିବ । ଗୋପାଳ ନାର୍କୋ ଟେଷ୍ଟ ସମୟରେ କେତେ ସତ କହିଲା ଓ ନବ ଦାସଙ୍କ ହତ୍ୟା ସମ୍ପର୍କରେ କଣ କାରଣ କହିଲା ତାହା ଜଣାପଡିନାହିଁ । ନାର୍କୋ ଟେଷ୍ଟ ହେବା ପୂର୍ବରୁ ଏକ ପାଞ୍ଚ ଜଣିଆ ଡ଼ାକ୍ତରୀ ଟିମ୍ ଗୋପାଳ ର ରକ୍ତଚାପ , ଶର୍କରା , ଆଦି ପରୀକ୍ଷା କରିଥିଲେ । ଏହା ପରେ ତାଙ୍କୁ ଅର୍ଦ୍ଧ ଚେତନ କରାଇବା ପାଇଁ ଇନଜେକସନ୍ ଦିଆଯାଇଥିଲା । ନାର୍କୋ ଟେଷ୍ଟ କରିଥିବା ଟିମ୍ କ୍ରାଇମବ୍ରାଞ୍ଚ ଠାରୁ ଏକ ପ୍ରଶ୍ନ ତାଲିକା ସହ ଆଉ କିଛି ପ୍ରଶ୍ନ ମିଶାଇ ଗୋପାଳକୁ ପଚରାଯାଇଥିଲା । ଅର୍ଦ୍ଧଚେତନ ଅବସ୍ଥାରେ ଥିବା ଗୋପାଳ ର ସମ୍ପୂର୍ଣ ଚେତା କାଲି ବିଳମ୍ବିତ ରାତ୍ରିରେ ଫେରିଥିଲା ।
0 Comments