ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଜୀବିକା ମିଶନ ଅନ୍ତର୍ଗତ କାର୍ଯ୍ୟକ୍ରମ ଅନୁଷ୍ଠିତ।


 ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଜୀବିକା ମିଶନ ଅନ୍ତର୍ଗତ  କାର୍ଯ୍ୟକ୍ରମ ମାଧ୍ୟମରେ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହେବା ପାଇଁ ପ୍ରୟାସରତ ବଡମାଲ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀସମୂହ। ଗୋପାଳନ ପାଇଁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନକୁ ପ୍ରଦତ୍ତ ଦଶ ଲକ୍ଷ ଟଙ୍କା ଋଣ ଆକାରରେ ଚୟନ ହୋଇଥିବା ତିରିଶ ଜଣିଆ କ୍ଲଷ୍ଟରକୁ ପ୍ରଦାନ କରାଯାଇଥିଲା। ଗୋପାଳନ କରି  ନିଜକୁ ଶସକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଏହି ସବୁ ସ୍ୱୟଂ ସହାୟକ ଗୋଷ୍ଠୀ। ସ୍ୱୟଂ ସହାୟକ ଗୋଷ୍ଠୀର ଏହି ପ୍ରୟାସରେ ନିଜକୁ ସାମିଲ କରିଛି ଜିଲ୍ଲା ପ୍ରଶାସନ। ଆଜି ପଣ୍ଡରିପଥର ଗ୍ରାମରେ ଡାଈରୀ କ୍ଲଷ୍ଟରକୁ ଫିତା କାଟି ଜିଲ୍ଲାପାଳ ସରୋଜ କୁମାର ସାମଲ   ଉଦଘାଟନ କରିଛନ୍ତି।

ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ଆଲୋଚନା ଅବସରରେ ଜିଲ୍ଲାପାଳ ଶ୍ରୀ ସାମଲ ମହିଳାଙ୍କମାନଙ୍କ ପ୍ରୟାସର ପ୍ରଶଂସା କରି ସ୍ୱାବଲମ୍ବୀ ମହିଳା  ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ସହାୟକ ସାବ୍ୟସ୍ତ ହୋଇଥାଏ ବୋଲି କହିଥିଲେ। ଗୋପାଳନ ପାଇଁ ବିଭିନ୍ନ ସରକାରୀ ଯୋଜନାରୁ ଲାଭ ଉଠାଇବାକୁ ଜିଲ୍ଲାପାଳ ପ୍ରୋତ୍ସାହିତ କରିଥିଲେ। ନିଜ ନିଜ ଜମିରେ ଘାସଚାଷ କରିବା ପାଇଁ ଆନୁସଙ୍ଗିକ ତାଲିମ ପ୍ରଦାନ , ଗଭୀର ନଳକୂପ ଖନନ ଦ୍ୱାରା ଘାସଚାଷ ଓ ଗାଈଙ୍କ ସକାଶେ ଗୁହାଳ ଆଦିର ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ଆଲୋଚନା କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ, ଝାରସୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଭୋଇ ଓ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡାକ୍ତର ପବିତ୍ର କୁମାର ପରିଜା ପ୍ରମୁଖ କ୍ଷୀର ଉତ୍ପାଦନ ବୃଦ୍ଧି , ଟୀକାକରଣ ଓ ବୀମା ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ପରିଚାଳିକା ନିଳିମା କୁଜୁର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଲବଙ୍ଗ ଭୋଇ ଉପସ୍ଥିତ ଥିଲେ । ୟଙ୍ଗ ପ୍ରଫେସନାଲ ବିଶ୍ୱଜିତ କର,ବିପିଏମ୍ ଇତିଶ୍ରୀ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ସମେତ ଏମ୍ ବି କେ , ସି ଆର ପି , କୃଷିମିତ୍ର ଓ ପ୍ରାଣୀମିତ୍ର  ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done