ନବ ଦାସ ଙ୍କୁ କାହିଁକି ହତ୍ୟା କଲା ଗୋପାଳ?


 ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ହତ୍ୟାକୁ ଆଜିକୁ ପ୍ରାୟ ଆଠ ଦିନ ବିତିଗଲାଣି ତଥାପି ଏପର୍ଯ୍ୟନ୍ତ ହତ୍ୟାର କାରଣ ମିଳିନାହିଁ । ପ୍ରତ୍ୟେକ ଜେରା ରେ ଏକ ନୂଆଁ ତଥ୍ୟ ସାମ୍ନା କୁ ଆସୁଛି । କେବେ ଏକ ଚିଠି ବିଷୟରେ କୁହାଯାଉଛି ତ ଆଉ କେବେ କୋଇଲା ମାଫିଆ ସାମ୍ନା କୁ ଆସୁଛି । ଏବେ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ଯାହା ଜେରା ସମୟରେ ଗୋପାଳ ଦାସ କ୍ରାଇମବ୍ରାଞ୍ଚକୁ କହିଛନ୍ତି ।

କ୍ରାଇମବ୍ରାଞ୍ଚକୁ ଜେରା ବେଳେ ଗୋପାଳ ଦାସ କହିଛନ୍ତି ଯେ ରାଜ୍ୟ ସରକାରଙ୍କୁ କିଛି ନେତା ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଲୋକଙ୍କ ଦୁଃଖ ବୁଝିବା ବଦଳରେ ଏହି ନେତା ମାନେ ସେମାନଙ୍କ ଦୁଃଖ ପାଲଟି ଯାଉଛନ୍ତି । ଲୋକଙ୍କୁ ଆତଙ୍କିତ କରିବା ସହିତ ନିର୍ଯାତନା ଦେଉଛନ୍ତି । ଏମାନଙ୍କ ମଧ୍ୟରେ ଶ୍ରୀ ନବ କିଶୋର ଦାସ ମଧ୍ୟ ଜଣେ ଥିଲେ । ଏହି କାରଣରୁ ଗୋପାଳ ଦାସ ନବ କିଶୋର ଦାସଙ୍କୁ ହତ୍ୟା କଲେ ବୋଲି କ୍ରାଇମବ୍ରାଞ୍ଚ କୁ ଜେରା ସମୟରେ କହିଥିବା ଜଣାପଡିଛି । ଗୋପାଳଙ୍କ ପକେଟ୍ ରେ ଯେଉଁ କାଗଜ ରହିଥିଲା ସେଥିରେ ସେ ଏଇ ସବୁ କଥା ଲେଖିଥିବା ନେଇ ଗୋପାଳ କ୍ରାଇମବ୍ରଞ୍ଚକୁ କହିଥିବା ସୂଚନା ମିଳିଛି । ନବ ଦାସ୍ ଙ୍କ ସହିତ ତାଙ୍କର କୌଣସି ଶତ୍ରୁତା ନ ଥିଲା ହେଲେ ସେ ତାଙ୍କୁ ଭଲ ପାଉ ନଥିବା ସେ କ୍ରାଇମବ୍ରାଞ୍ଚ କୁ କହିଥିବା କୁହାଯାଉଛି । ନବ ଦାସଙ୍କୁ ହତ୍ୟା କରିବାକୁ ଗତ ଚାରି ମାସ ହେଲା ସୁଯୋଗ ଅପେକ୍ଷାରେ ଥିଲେ ଶେଷରେ ଗତ ୨୯ ତାରିଖ ଦିନ ସେ ନବ ଦାସଙ୍କୁ ହତ୍ୟା କରିଥିଲେ । ତେବେ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ହତ୍ୟାର ତଦନ୍ତ ଜାରି ରଖିଥିବା ସୂଚନା ରହିଛି  ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done