ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।


 ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ମହାସମାଧାନ ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପରଷୋତ୍ତମଦାସ, ଡି ଏଫ୍ ଓ ଲଳିତ ପାତ୍ର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରବୀର କୁମାର ନାୟକ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଲଙ୍କେଶ୍ୱର ଅମାତ,  ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ , ପ୍ରବନ୍ଧକ ନିର୍ଦ୍ଦେଶକ(ପୁନର୍ବାସ ଓ ଥଇଥାନ) ଆଲୋମଣୀ ସେଠୀ ,ଡେପୁଟି କଲେକ୍ଟର  ଗିତିକା ନାଏକ,ପି ବି ବାଗେ,ପ୍ରତିମା ପିଙ୍ଗ,ଡାକ୍ତର ରାଧାରମଣ ବିର୍ତ୍ତିଆ,ସହକାରୀ ଜିଲ୍ଲାପାଳ କିଶୋର ସାହୁଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଶିବିରରେ ମୋଟ ୬୦ଟି ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା । ସେଥି ମଧ୍ୟରୁ ୧୧ଟି ସାମୁହିକ ଓ ୪୯ଟି ବ୍ୟକ୍ତିଗତ । ଚିକିତ୍ସା ସହାୟତା ବାବଦକୁ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ଦୁଇଜଣଙ୍କୁ ୧୫ହଜାର ଟଙ୍କା ପ୍ରଦାନ କରାଯାଇଛି । ଶିବିରରେ ପୁରୁଣାବସ୍ତି କଟା ଓ ଝାରସୁଗୁଡ଼ା ବସ ଷ୍ଟାଣ୍ଡରୁ ଝାଡେଶ୍ୱର ମନ୍ଦିର ପର୍ଯ୍ୟନ୍ତ ନାଳ ନିର୍ମାଣ, ବବୁଆ ବଗିଚା ନାଳ ଅବରୋଧ, ଦେବାଡିହିରେ ପୋଖରୀ ପୁନରୁଦ୍ଧାର, ସାରସମାଲରେ ଭୂମିହୀନଙ୍କୁ ଥଇଥାନ,ରେଙ୍କୁଲି ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ଗଭୀର ନଳକୂପ ଖନନ,ଡୁମେର ଢିପାରେ ନାଳ ଉପରେ ବେଆଇନ ପୋଲ ଓ ରାସ୍ତା ନିର୍ମାଣ, ଏନ୍ ଏଲ୍ ସି କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଓ ହୀରାକୁଦ ବିସ୍ଥାପିତଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ ଓ ଚୌକିପଡ଼ା ବସ୍ତିରେ ଥଇଥାନ କାର୍ଯ୍ୟକୁ ନେଇ ବିବାଦ ସମ୍ବନ୍ଧୀୟ ସାମୁହିକ ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ସ୍କୁଲ ଶିକ୍ଷକଙ୍କ  ବକେୟା ପ୍ରାପ୍ୟ, ଜମିଜମା ବିବାଦ, ଏନ୍ ଏଲ୍ ସି କମ୍ପାନୀର ବ୍ଲାଷ୍ଟିଂ ଯୋଗୁ ଘର କାନ୍ଥ ଫାଟିବା ଓ ପ୍ରଦୂଷଣ, ସରବେର୍ଣ୍ଣାରେ ଇଡକୋ ଗୋଚର ଜମିରେ ପାଉଁଶ ଗୁଣ୍ଡ ଜନିତ ପ୍ରଦୂଷଣ , ଧାନ ବିକ୍ରୟ ଓ ବେଆଇନ ଭାବେ ବି ଟି ଏମ୍ କ୍ବାଟର୍ସ ଅବରୋଧ  ସମ୍ପର୍କିତ  ଆଦି ବ୍ୟକ୍ତିଗତ ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା। ଅଭିଯୋଗଗୁଡିକ ଉପରେ ଶୁଣାଣି କରି ଜିଲ୍ଲାପାଳ    ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣିରେ ଆଗତ  ଅଭିଯୋଗଗୁଡିକ ସମ୍ପର୍କରେ  ସମୀକ୍ଷା କରି ଜିଲ୍ଲାପାଳ ଜନ ଅଭିଯୋଗ ଶୁଣାଣିରେ ଆଗତ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ସକାଶେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done