ଗୋପାଳ ଦାସ କେମିତି ମାରିଥିଲା ମନ୍ତ୍ରୀ ନବ ଦାସଙ୍କୁ ଗୁଳି କ୍ରାଇମସ୍ପଟରେ ହେଲା ସିନ୍ ରିକ୍ରିଏସନ୍


 କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା କ୍ରାଇମବ୍ରାଞ୍ଚ । ତଦନ୍ତର ଜୋରଦାର ରେ ଚଳାଇଛି କ୍ରାଇମବ୍ରାଞ୍ଚ ପକ୍ଷରୁ ।

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ କ୍ରାଇମ ସିନ୍ ରିକ୍ରୀୟେସନ ହୋଇଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ୍ ଙ୍କ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ୍ ତଦନ୍ତ କୁ ଆଗକୁ ବଢ଼ାଇବା ପାଇଁ ଏହି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି । ପାଖାପାଖି ଏକ ଘଣ୍ଟା ଧରି କ୍ରାଇମ ସିନ୍ ରିକ୍ରୀୟେସନ ହୋଇଥିଲା । ନବ ଦାସ ବସିଥିବା ଗାଡ଼ିକୁ ଅଣାଯାଇ ଏହି କ୍ରାଇମ ସିନ୍ ରିକ୍ରିଏସନ୍ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ଏହି  ରିକ୍ରିଏସନ୍ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତଦନ୍ତ  ଶେଷ ପର୍ଯ୍ୟାୟରେ ଆସିଯାଇଛି । ଆଜି ଗୋପାଳକୁ ଦ୍ବିତୀୟ ପର୍ଯ୍ୟାୟର ତୃତୀୟ ଦିନ ଜେରା ଚାଲିଥିଲା । କ୍ରାଇମବ୍ରାଞ୍ଚ ତନ୍ନତନ୍ନ କରି ଗୋଟିଏ ପରେ ଗୋଟିଏ ପ୍ରମାଣ ସଂଗ୍ରହ କରିଚାଲିଥିଲା । ଗୋପାଳର ମାନସିକ ଅବସ୍ଥାର ଯାଞ୍ଚ କରିବା ପରେ ଏହି କ୍ରାଇମ ସିନ୍ ରିକ୍ରିୟେସନ କରାଯାଇଛି । ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟର ରିମାଣ୍ଡ ଶେଷ ହେବାକୁ ଯାଉଛି । କ୍ରାଇମବ୍ରାଞ୍ଚ ଡିଏସପି ଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପହଞ୍ଚି ଗୋପାଳକୁ ମଧ୍ୟ ଉକ୍ତ ସ୍ଥାନକୁ ଅଣାଯାଇଥିଲା । ସେଦିନ ଘଟିଥିବା ସମସ୍ତ ଘଟଣାକୁ ତନ୍ନତନ୍ନ କରି ନାଟ୍ୟ ମାଧ୍ୟମରେ ବର୍ଣ୍ଣନା କରିଥିଲା ଗୋପାଳ । କେମିତି ପାଖକୁ ଯାଇଥିଲା ଗୋପାଳ, କେମିତି ବନ୍ଧୁକ ବାହାର କରି ମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳି କରି ହତ୍ୟା କରିଥିଲା । କେମିତି ତାକୁ କାବୁ କରାଗଲା । ସମସ୍ତ ବିଷୟ ଗୋଟି ଗୋଟି କରି ନାଟ୍ୟ ମାଧ୍ୟମରେ ବ୍ୟାଖ୍ୟା କରିଛି ଗୋପାଳ । କ୍ରାଇମ ସିନ୍ ରିକ୍ରିୟେସନ ସରିବା ପରେ ଗୋପାଳକୁ ପୁଣିଥରେ ଓଏସ୍ଏପି ସେକେଣ୍ଡ ବାଟାଲିୟନକୁ ନିଆଯାଇଥିବା ସୂଚନା ରହିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done