ପ୍ରୟାଗରାଜରେ ନବ ଦାସଙ୍କ ଅସ୍ଥି ବିସର୍ଜନ କଲେ ପୁଅ।


 ଆଜିକୁ ଝାରସୁଗୁଡ଼ା ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଦେହାନ୍ତ କୁ ପାଖାପାଖି ୧୦ ଦିନ ବିତିଯାଛି । ତେବେ ଏହାରି ଭିତରେ ନବ ଦାସଙ୍କ ଦଶାହ ଏବଂ ଅସ୍ଥି ବିସର୍ଜନ କରାଯାଇଛି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ତାଙ୍କର ଅସ୍ଥି ବିସର୍ଜନ କରିଛନ୍ତି । ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ମନ୍ତ୍ରୀଙ୍କ ଅସ୍ଥି ବିସର୍ଜନ କରାଯାଇଛି । ପୁଅ ବିଶାଳ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ବାପାଙ୍କ ଅସ୍ଥି ବିସର୍ଜନ କରିଛନ୍ତି । କଳା କଳା ରୁ ବିଶ୍ୱାସ ରହିଛି ପ୍ରୟାଗରାଜ ରେ ଅସ୍ଥି ବିସର୍ଜନ କଲେ ଆତ୍ମାକୁ ମୋକ୍ଷ ପ୍ରାପ୍ତ ହୋଇଥାଏ । ଯେଉଁଥି ପାଇଁ ପୁଅ ବିଶାଳ ଦୁଇ ଦିନ ପୂର୍ବରୁ ପ୍ରୟାଗରାଜ ପହଞ୍ଚି ଥିଲେ ବାପାଙ୍କ ଅସ୍ଥି ବିସର୍ଜନ ପାଇଁ । ଜାନୁଆରୀ ୨୯ ତାରିଖ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଆଜି ହେଉଛି ତାଙ୍କର ଦଶାହ କାର୍ଯ୍ୟକ୍ରମ । ଏହା ସହିତ ନବ ଦାସ୍ ଙ୍କ ପୁଅ ତାଙ୍କର ଆତ୍ମ କୁ ମୋକ୍ଷ ପ୍ରାପ୍ତିର କାମନା କରି ପ୍ରୟାଗରାଜ ରେ ଆଜି ଦିନରେ ଅସ୍ଥି ବିସର୍ଜନ କରିଛନ୍ତି । ପଣ୍ଡିତଙ୍କ ଅନୁସାରେ ପୁଅ ବିଶାଳ ଅସ୍ଥି ବିସର୍ଜନ ସହ ଦଶାହ କାର୍ଯ୍ୟକ୍ରମ କରିଛନ୍ତି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done