ଚଳିତ ମାସ ୪ ତାରିଖ ରୁ ୮ ତାରିଖ ପର୍ଯ୍ୟନ୍ତ ପାରାଦ୍ଵୀପ ଠାରେ ରାଜ୍ୟ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତା ରେ ଝାରସୁଗୁଡ଼ାରୁ ଭାଗନେବା ପାଇଁ ୨୦ ଜଣିଆ ଏକ ଦଳ ପାରାଦ୍ଵୀପ ଅଭିମୁଖେ ଯାତ୍ରା କରିଛନ୍ତି । ଝାରସୁଗୁଡ଼ା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ର ଏକ ୨୦ ଜଣିଆ ଦୌଡ଼କୁଦ ବାଳକ ଓ ବାଳିକା ଦଳ ଏହି ପ୍ରତିଯୋଗିତାରେ ଭାଗ ନେବା ସକାଶେ ରାଜ୍ୟରାଣୀ ଏକ୍ସପ୍ରେସ ଯୋଗେ ପାରାଦ୍ଵୀପ କୁ ଯାତ୍ରା କରିଛନ୍ତି । ଜେନେରାଲ ମ୍ୟାନେଜର ବିମଳ ତାଣ୍ଡି, ମ୍ୟାନେଜର ସୁକାନ୍ତ ବାଗ ଓ ଲେଡି ମ୍ୟାନେଜର ଭୁବନେଶ୍ଵରୀ ମାଝି ଙ୍କ ସହ ୧୪ ରୁ ୧୭ ବର୍ଷ ବର୍ଗ ର ୨୦ ଜଣ ବାଳକ ଓ ବାଳିକା ଦୌଡ଼କୁଦ, ଲମ୍ବଡିଆଁ , ଉଚ୍ଚଡିଆଁ , ସଟଫୁଟ୍ , ରିଲେ ରେସ୍, ଡିସକସ୍ ଥ୍ରୋ ଭଳି ଖେଳରେ ଅଂଶ ଗ୍ରହଣ କରିବେ । ତେବେ ଏହି ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଅତିରିକ୍ତ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଘୁଟା,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଡମ୍ବରୁଧର ପୂଜାରୀ , ହୃଷୀକେଶ ସାହୁ, ସୁନିଲ ପ୍ରଧାନ, ରାଜୀବ ବାଗ, ବଂଶୀଧର ପଶାୟତ ପ୍ରମୁଖ ଉପସ୍ଥିତ ରହିଥିଲେ ।
0 Comments