ଜିଲ୍ଲା ପରିଷଦ ସଦଭାବନା ଗୃହରେ ଅନୁଷ୍ଠିତ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟବେକ୍ଷଣ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଛି । ବରଗଡ଼ ସାଂସଦ ତଥା ଜିଲ୍ଲା ସ୍ତରୀୟ ଦିଶା କମିଟି ଅଧ୍ୟକ୍ଷ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ , ଜିଲ୍ଲାପାଳ ସରୋଜ କୁମାର ସାମଲ, ବ୍ରଜରାଜନଗର ବିଧାୟିକାଙ୍କ ପ୍ରତିନିଧି ବିଶ୍ୱନାଥ ନାୟକ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତପିରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଏମ୍ ଜି ଏନ୍ ଆର ଇ ଜି ଏସ(MGNREGS), ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ ଓ ସହରାଞ୍ଚଳ) ଜାତୀୟ ଗ୍ରାମୀଣ ଜୀବିକା ମିଶନ , ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା,ସାମାଜିକ ସୁରକ୍ଷା, ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଆଦି ବିଭିନ୍ନ ଯୋଜନା ସମ୍ପର୍କରେ ସମୀକ୍ଷା କରାଯାଇଥିଲା ସାଂସଦ ଶ୍ରୀ ପୂଜାରୀ ବିଭିନ୍ନ ଯୋଜନାର ସଫଳ ରୂପାୟନ ପୂର୍ବକ ଯୋଗ୍ୟ ହିତାଧିହିକାରୀମାନଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚାଇବା ଦିଗରେ ଯତ୍ନବାନ ହେବା ସହ ପ୍ରକଳ୍ପଗୁଡ଼ିକର ଗୁଣାତ୍ମକ ମାନ ବଜାୟ ରଖି ଜିଲ୍ଳାକୁ ପ୍ରଗତି ପଥରେ ଆଗକୁ ଆଗେଇ ନେବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ତ୍ଵରାନ୍ବିତ କରାଯିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଂସଦ ଶ୍ରୀ ପୂଜାରୀ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ସରୋଜ କୁମାର ସାମଲ ବିଭିନ୍ନ ଯୋଜନା ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରି ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ, ପୋୖରାଧ୍ୟକ୍ଷ, ବିଡ଼ିଓ , ପୋୖର ପରିଷଦ ନିର୍ବାହୀ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
0 Comments