ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ।


 ଜିଲ୍ଲାରେ  ଚାଲୁରହିଥିବା  ବିଭିନ୍ନ ଉନ୍ନୟନମୂଳକ ଯୋଜନା ଅନ୍ତର୍ଗତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପରିଷଦ    ସଦଭାବନା ଗୃହରେ ଆଜି ଅନୁଷ୍ଠିତ ବୈଠକରେ  ଜିଲ୍ଲାର ସମସ୍ତ ପୋୖର ପରିଷଦ ଓ ପଞ୍ଚାୟତ ସମିତି ଅଞ୍ଚଳରେ ଚାଲୁରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ର ଅଗ୍ରଗତି ସମୀକ୍ଷା ଅବସରରେ ଜିଲ୍ଲାପାଳ ସରୋଜ କୁମାର ସାମଲ ସମସ୍ତ ପୋୖର ଅଧିକାରୀ ଓ  ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୌରାଞ୍ଚଳରେ

ପକ୍କା ସଡ଼କ ନିର୍ମାଣ , ଷ୍ଟ୍ରିଟ ଲାଇଟ , ନାଳ, ବସ୍ତି ଅଞ୍ଚଳ ଉନ୍ନୟନ ସହ ଘରୋଇ ପାଇଖାନା ନିର୍ମାଣ ଓ ବିଦ୍ୟୁତ ସଂଯୋଗ ଏବଂ ପାନୀୟ ଜଳ ଯୋଗାଣ ସ୍ଥିତି ସମୀକ୍ଷା କରିଥିଲେ। ସେହିପରି ସହର ମାନଙ୍କରେ ଥିବା ରାସ୍ତା ,ଖାଲି ଥିବା ସ୍ଥାନମାନଙ୍କରେ ବିକାଶ ,ରାଜସ୍ବ ଆଦାୟ ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଞ୍ଚଳ)ଓ ମୁକ୍ତା (ମୁଖ୍ୟମନ୍ତ୍ରୀ କର୍ମ ତତ୍ପରତା ଅଭିଯାନ)ରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିବା ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିଲେ।


ଜାତୀୟ ସହରାଞ୍ଚଳ ଜୀବିକା ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସହାୟତା , ବ୍ୟାଙ୍କ ଲିଂକେଜ ଆଦି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଲିଥିନ ବ୍ୟବହାର ନିଷିଦ୍ଧ ପାଇଁ ନିୟମିତ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବ୍ଲକମାନଙ୍କରେ ଚାଲୁରହିଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡ଼ିକର ମଧ୍ୟ ସମୀକ୍ଷା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମାଞ୍ଚଳ), ଗୃହ ଯୋଗାଣ ଆଦିର ସମୀକ୍ଷା କରି ଯୋଜନା ଅନ୍ତର୍ଗତ ଗୃହ ନିର୍ମାଣ କେଉଁ ସ୍ଥିତିରେ ଅଛି ବୁଝିବା ସହ ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫାଇଭ ଟି ଅନ୍ତର୍ଗତ ସ୍କୁଲ ଗୁଡିକରେ ସ୍ମାର୍ଟ କ୍ଳାସ , ଇ ଲାଇବ୍ରେରୀ ,  ପାଇଖାନା ନିର୍ମାଣ  ଆଦି କାର୍ଯ୍ୟର ସମୀକ୍ଷା କରିଥିଲେ। ଅଙ୍ଗନବାଡ଼ି କେନ୍ଦ୍ର ଓ ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ 

ଜିଲ୍ଲାପାଳ କହିଥିଲେ। ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ, ପ୍ରବନ୍ଧକ ନିର୍ଦ୍ଦେଶକ ଆଲୋମଣୀ ସେଠୀ, ସମସ୍ତ ପୋୖର ଅଧିକାରୀ ଓ ଗୋଷ୍ଠୀ ଅଧିକାରୀଙ୍କ ସମେତ ସମ୍ପୃକ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done