ଆଜି ଜମେରା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣ ରେ ଦିବଂଗତ ନେତା ସ୍ବର୍ଗତ ଶ୍ରୀଯୁକ୍ତ ନବ କିଶୋର ଦାସ ଙ୍କ ସ୍ମୃତି ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭା ରେ ସରପଞ୍ଚ ଜମେରା ଶ୍ରୀମତୀ ଗିରିଜା ବୁଡ଼ା, ସମିତି ସଭ୍ୟା ଶ୍ରୀମତୀ ଗୀତା ସା ଉପସ୍ଥିତ ଥିଲେ। ମନ୍ତ୍ରୀ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାମ ପାଇଁ ପୁରା ପଞ୍ଚାୟତ ତାଙ୍କୁ ଝୁରୁଥିବା ବେଳେ ମନ୍ତ୍ରୀଙ୍କୁ ଅତି ନିଜର ଭାବୁଥିବା ସମସ୍ତ ଗ୍ରାମ ବାସି ଭାଙ୍ଗି ପଡିଛନ୍ତି । ଏହି ଦୁଃଖ ସମୟ ରେ ତାଙ୍କ ପରିବାର କୁ ଭଗବାନ ଧୈର୍ଯ୍ୟ ଶକ୍ତି ଦିଅନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଥିଲେ । ସଭା ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ତରଣିସେନ୍ ପ୍ରଧାନ ନିଜର ଶୋକ ବ୍ୟକ୍ତ କରିଥିବାବଳେ ପୂର୍ବତନ ସରପଂଚ ଶ୍ରୀଯୁକ୍ତ ରାଜ କୁମାର ବୁଡା ସହ ଶ୍ରୀ ଚନ୍ଦ୍ରକାନ୍ତ ମିରିଗ, ଶ୍ରୀ ରବୀନ୍ଦ୍ର ବାଦି,ଶ୍ରୀ ବସନ୍ତ ସାହୁ, ଶ୍ରୀ ନରୋତ୍ତମ୍ ସାହୁ ଏବଂ ଗ୍ରାମ ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସହ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ନିଜର ଶୋକ ବ୍ୟକ୍ତ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ
0 Comments