ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସ୍ବର୍ଗତଃ ନବକିଶୋର ଦାସଙ୍କ ବିୟୋଗ ସମଗ୍ର ରାଜ୍ୟ ପାଇଁ ଅପୂରଣୀୟ କ୍ଷତି, ବିଶେଷତଃ ପଶ୍ଚିମ ଓଡ଼ିଶା ଏବଂ ଝାରସୁଗୁଡ଼ା ଜିଲ୍ଲାର ସାମାଜିକ ଜନ ଜୀବନରେ ଏହା ଏକ ଶୂନ୍ୟତା ସୃଷ୍ଟି କରିଛି ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ ଶୋକବ୍ୟକ୍ତ ପୂର୍ବକ ଉଲ୍ଲେଖ କରିଛନ୍ତି। ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଜିଲ୍ଲାର ରାଜସ୍ବ ଅଧିକାରୀମାନଙ୍କ ବୈଠକ ଅବସରରେ ଜିଲ୍ଲାପାଳ ଏହା ପ୍ରକାଶ କରିଥିଲେ। ଏହି ଅବସରରେ ସ୍ବର୍ଗତଃ ନବକିଶୋର ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଲଙ୍କେଶ୍ୱର ଅମାତ, ପ୍ରବନ୍ଧକ ନିର୍ଦ୍ଦେଶକ(ପୁନର୍ବାସ ଓ ଥଇଥାନ)ଆଲୋମଣୀ ସେଠୀ ଓ ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁଙ୍କ ସମେତ ଜିଲ୍ଲାର ସମସ୍ତ ରାଜସ୍ବ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
0 Comments