ଝାରସୁଗୁଡ଼ା ଜିଲ୍ଲାର ଟାଣୁଆ ତଥା ସମସ୍ତଙ୍କ ପ୍ରିୟ ନେତା ସ୍ବର୍ଗତ ଶ୍ରୀ ନବ କିଶୋର ଦାସଙ୍କ ଦେହାନ୍ତ ହୋଇଛି । ଗୋପାଳକୃଷ୍ଣ ଦାସ ନାମକ ଜଣେ ASI ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଏହି ଘଟଣା ସାରା ଜିଲ୍ଲାବାସୀଙ୍କୁ ମର୍ମାହତ କରିଦେଇଛି । ଲୋକେ ଭୁଲି ପାରୁନାହାଁନ୍ତି ତାଙ୍କୁ । ଝୁରି ହେଉଛନ୍ତି ଏହି ପ୍ରିୟନେତା ଙ୍କୁ ସମସ୍ତେ । ତେବେ ସାରା ଜିଲ୍ଲାରେ ଶ୍ରୀ ନବ କିଶୋର ଦାସଙ୍କ ଆତ୍ମା ର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଉଛି । ଦିବଂଗତ ନେତା ସ୍ବର୍ଗତ ଶ୍ରୀ ନବ କିଶୋର ଦାସଙ୍କ ସ୍ମୃତିରେ ଝାରସୁଗୁଡ଼ା ବିଜେଡି ପକ୍ଷରୁ ଆଜି କାଳୀ ମନ୍ଦିର ପରିସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଦୁଃଖ ସମୟରେ ତାଙ୍କର ପରିବାରକୁ ଭଗବାନ ଧୈର୍ଯ୍ୟ ଶକ୍ତି ସହିତ ମନ୍ତ୍ରୀ ଙ୍କ ଆତ୍ମା କୁ ସଦଗତି ମିଳୁ ବୋଲି ଲୋକେ ଏକତ୍ରିତ ହୋଇ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ପ୍ରାର୍ଥନା କରିଥିଲେ । ଏହି ଅବସରରେ ବରିଷ୍ଠ ବିଜେଡି କର୍ମୀ ତାପସ ରାଏ ଚୌଧୁରୀଙ୍କ ସମେତ ବିଜେଡି କର୍ମୀ ଏବଂ ଅଞ୍ଚଳର ଅନେକ ଲୋକ ଉପସ୍ଥିତ ଥିଲେ ।
0 Comments