ଓ.ଏସ.ଏ.ପି ପଡ଼ିଆ ଠାରେ ଆଜି ଜିଲ୍ଲା ସ୍ତରୀୟ ଖେଳକୁଦ ଓ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ


 * ହକି ବିଶ୍ୱକପ୍ ଆୟୋଜନ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ।


* ପ୍ରତି ପଞ୍ଚାୟତ , ପୋୖରାଞ୍ଚଳ ଓ ଜିଲ୍ଲା ସ୍ତରରେ ହକି ଉଦ୍ଘାଟନୀ ଉତ୍ସବ  ପ୍ରଦର୍ଶନ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯିବ ।


* ବିଶ୍ୱକପ୍ ଆୟୋଜନ ନେଇ ଓଡ଼ିଶା ସରକାରଙ୍କ ଉଦ୍ୟମରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ।

 ହକି ପୁରୁଷ ବିଶ୍ୱକପ୍ - ୨୦୨୩ ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ ଖେଳକୁଦ ଓ କ୍ରୀଡ଼ା ପ୍ରତିଯୋଗିତା ଅବସରରେ ଜିଲ୍ଲାପାଳ ସରୋଜ କୁମାର ସାମଲ  ହକି ପୁରୁଷ ବିଶ୍ୱକପ ଆୟୋଜନ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ବିଶ୍ୱକପ୍ ଆୟୋଜନରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ସମସ୍ତେ ସାମିଲ ହେବାକୁ ଆହ୍ଵାନ ଦେବା ସହ ଆସନ୍ତା ୧୧ତାରିଖରେ ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ ପ୍ରଦର୍ଶନ ପାଇଁ ପଞ୍ଚାୟତ , ପୋୖରାଞ୍ଚଳ ଓ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି କହିଛନ୍ତି । ଓ ଏସ୍ ଏ ପି ପଡ଼ିଆ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ଖେଳକୁଦ ଓ କ୍ରୀଡ଼ା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ସାମଲ ପ୍ରତିଯୋଗିତାରେ ଅଂଶ ଗ୍ରହଣକାରୀ ଖେଳାଳୀମାନଙ୍କୁ ସେମାନଙ୍କର ସର୍ବୋତ୍କୃଷ୍ଟ ଖେଳ ପ୍ରଦର୍ଶନ କରିବାକୁ କହିଥିଲେ।ଏହି ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ଗତ ୪ତାରିଖରେ ଝାରସୁଗୁଡା ଜିଲ୍ଲା ସଦର ମହକୁମାଠାରୁ ଆରମ୍ଭ କରି କୋଲାବିରା ପର୍ଯ୍ୟନ୍ତ ବିଶ୍ୱକପ ହକି ଟ୍ରଫିକୁ ଆନନ୍ଦ ଓ ଉଛ୍ୱାସର ସହ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ତାହା କ୍ରୀଡ଼ା ପ୍ରତି ଜିଲ୍ଲାବାସୀଙ୍କର

ମହାଆକର୍ଷଣ ବୋଲି ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଏବଂ ଏହି ପ୍ରତିଯୋଗିତାର ନୋଡାଲ ଅଧିକାରୀ ତପିରାମ ମାଝୀ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଓ ଏସ୍ ଏ ପି ଡେପୁଟି କମାଣ୍ଡାଣ୍ଟ ଲକ୍ଷ୍ମଣ ସିଂ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଜାନୁଆରୀ ୮ ଓ ୯ ଦୁଇ ଦିନ ବ୍ୟାପୀ ୨୦ଟି ବିଭାଗରେ ଖେଳକୁଦ ଓ ୫ଟି ବିଭାଗରେ ଦଳଗତ କ୍ରୀଡ଼ା ଅନୁଷ୍ଠିତ ହେବ ବୋଲି ନୋଡାଲ ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଥିଲେ ।


  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ଅଜୟ ଜେନା ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଡମ୍ବରୁଧର ପୂଜାରୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ)  ଲଙ୍କେଶ୍ୱର ଅମାତ,କୋଲାବିରା ବି ଡି ଓ ଅଶ୍ୱିନୀ ପଣ୍ଡା, ଓଡ଼ିଶା ହକି ସଂଘ ଉପ ସଭାପତି ଜୀବନ ମହାନ୍ତି , ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଶୀଲ ମିଶ୍ର, ଓ ଏସ ଏ ପି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏମ୍.ସାଇ ପ୍ରମୁଖ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅମାତ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ । ଜବାହର ନବୋଦୟ ବିଦ୍ୟାଳୟ ପଡ଼ିଆ ଠାରେ ଅନୁଷ୍ଠିତ ହକି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଝାରସୁଗୁଡ଼ା ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିବା ବେଳେ କିର୍ମିରା ଦଳ ରନର୍ସ ଅପ ହୋଇଛନ୍ତି । ପୁରୁଷ ହକିରେ ଝାରସୁଗୁଡା ଦଳର ଶୁକ୍ରୁ ମୁଣ୍ଡା ଓ ମହିଳା ହକିରେ କିର୍ମିରାର କେତକୀ ମୁଣ୍ଡା ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done