ଜିଲ୍ଲାପାଳ ସରୋଜ କୁମାର ସାମଲ ୦୭ ଜଣ ଦିବ୍ୟାଙ୍ଗ ବ୍ୟବସାୟୀ ତଥା ନିଜ ପରିବାରର ମୁଖ୍ୟ ଆୟ କର୍ତ୍ତା ଙ୍କର ନିତ୍ୟ ସୁଗମ ଯାତାୟାତ ନିମନ୍ତେ ଦିବ୍ୟାଙ୍ଗ ସ୍ଵତନ୍ତ୍ର ଉପକରଣ ଖଞ୍ଜା ହୋଇଥିବା ସ୍କୁଟି ପ୍ରଦାନ କରିଛନ୍ତି |
ଜିଲ୍ଲାପାଳ ଶ୍ରୀ ସାମଲ ଚଳିତ ବର୍ଷ ପାଇଁ ୧୦ ଗୋଟି ସ୍କୁଟି ଦିବ୍ୟାଙ୍ଗ ମାନଙ୍କ ପାଇଁ ମଞ୍ଜୁର କରିଥିଲେ | ତନ୍ମଧ୍ୟରୁ ଲଖନପୁର ବ୍ଲକ ଅନ୍ତର୍ଗତ ୦୩ ଜଣ ଦିବ୍ୟାଙ୍ଗଙ୍କୁ ଜାନୁଆରୀ ୯ତାରିଖରେ ଲଖନପୁର ସଦର ବ୍ଲକଠାରେ ଅନୁଷ୍ଠିତ ଯୁଗ୍ମ ଜନ ଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମରେ ୩ଟି ସ୍ବତନ୍ତ୍ର ସ୍କୁଟି ପ୍ରଦାନ କରିଥିଲେ | ସ୍କୁଟି ପାଇ ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଖୁସି ର ଲହରୀ ଖେଳି ଯାଇଥିଲା |
ଝାରସୁଗୁଡା ଜିଲ୍ଲା ପ୍ରଶାସନ ର ଏହି ପଦକ୍ଷେପ ଦିବ୍ୟାଙ୍ଗ ମାନଙ୍କୁ ସ୍ବାବଲମ୍ବୀ ହେବାରେ ପ୍ରେରଣା ଦେବା ସହ ଏହାକୁ ଜିଲ୍ଲା ର ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି | ହକି ପୁରୁଷ ବିଶ୍ୱକପ ୨୦୨୩ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ) ଲଙ୍କେଶ୍ଵର ଅମାତ , ପ୍ରବନ୍ଧକ ନିର୍ଦ୍ଦେଶକ(ପୁନର୍ବାସ ଓ ଥଇଥାନ) ଆଲୋମଣି ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପାଲଷ୍ମୀ ହୋତା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଭା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
0 Comments