(ରାଜସ୍ବ) ଲଙ୍କେଶ୍ୱର ଅମାତ , ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ ସି ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଆୟୋଜନ ପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ପ୍ରତ୍ୟୁଷରେ ଜିଲ୍ଲାର ସମସ୍ତ ପୋୖରାଞ୍ଚଳ ରେ ରାମଧୂନ ପ୍ରଚାର,ସକାଳ ସାଢେ ସାତଟାରୁ ୮ଟା ମଧ୍ୟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କ୍ଲବ , ପାଠାଗାର, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ବେସରକାରୀ ଅନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ , ସକାଳ ୮ଟା ୩୦ମିନିଟ ସମୟରେ ମନମୋହନ ପଡ଼ିଆଠାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବାକୁ ସ୍ଥିର କରାଗଲା। ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଏନ୍ ସି ସି ଓ ଅଣ ଏନ୍ ସି ସି ସ୍ତରରେ ପ୍ୟାରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ମାତୃମଙ୍ଗଳ କେନ୍ଦ୍ର ଓ ଉପ କାରାଗାର, ଶିଶୁ ଯତ୍ନ ଅନୁଷ୍ଠାନ,ଦିବ୍ୟାଙ୍ଗ ବିଦ୍ୟାଳୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯିବ।
![]() |
ସେହିପରି ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା,ପ୍ରବନ୍ଧ ଲିଖନ, କୁଇଜ଼ , ଡ୍ରଇଂ , ଦେଶାତ୍ମବୋଧ କବିତା ଆବୃତ୍ତି ଆଦି ପ୍ରତିଯୋଗିତା ଆୟୋଜନ କରାଯିବାକୁ ସ୍ଥିର କରାଗଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା ବୈଠକର କାର୍ଯ୍ୟସୂଚୀ ଅନୁସାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅମାତ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ବିଭିନ୍ନ ଶିକ୍ଷାନୁଷ୍ଠାନର ମୁଖ୍ୟ,ବିଭାଗୀୟ ଅଧିକାରୀ , ସ୍ବେଚ୍ଛାସେବୀ ଅନୁଷ୍ଠାନ , ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
0 Comments