ଲାଗି ରହିଛି ଆରୋପ ପ୍ରତ୍ୟାରୋପ । ଅଚଳ ଅବସ୍ଥାରେ ଏବେ ଦୁଇ ପୌର ପରିଷଦ ।

 ଲାଗି ରହିଛି ଆରୋପ ପ୍ରତ୍ୟାରୋପ । ଅଚଳ ଅବସ୍ଥାରେ ଏବେ ଦୁଇ ପୌର ପରିଷଦ । ଦାବି ହେଉଛି ଏବେ ପ୍ରଶାସନ ର ହସ୍ତକ୍ଷେପ ।

ବ୍ରଜରାଜନଗର, ବେଲପାହାଡ ପୌର ପରିଷଦ ର କାର୍ଯ୍ୟ ଅଚଳ ହେବା ପରେ ଲାଗି ରହିଛି କର୍ମଚାରୀ ଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ । ବାଦ୍ ପଡୁ ନାହାଁନ୍ତି ଉଭୟେ ଉଭୟଙ୍କୁ ନିଶାନା ସାଧିବା ପାଇଁ । ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଓ ବେଲପାହାଡ଼ ପୌର ପରିଷଦ ପରିଚାଳନାକୁ ନେଇ ଏବେ ଦେଖାଦେଇଛି ଅଚଳାବସ୍ଥା । ଅଧିକାରୀ, କର୍ମଚାରୀ ଓ ଜନପ୍ରତିନିଧିଙ୍କ ମଧ୍ୟରେ ଲାଗି ରହିଛି ଆରୋପ ପ୍ରତ୍ୟାରୋପ । ଯାହା ପାଇଁ ପୌରାଞ୍ଚଳରେ ଉନ୍ନୟନ କାର୍ଯ୍ୟ ସବୁ ଠପ୍ ହୋଇ ପଡ଼ିରହିଛି । ସରକାର ଓ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଉଭୟ ପୌର ପରିଷଦ କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଦାବି ହେଉଛି । ବ୍ରଜରାଜନଗର ଓ ବେଲପାହାଡ଼ ପୌର କାର୍ଯ୍ୟାଳୟ ରେ ନବ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ କାଉନସିଲ୍ ବୈଠକ ଡକା ଯାଇଛି ହେଲେ ଅଧିକାଂଶ କାଉନସିଲର ବୈଠକ ରେ ଅନୁପସ୍ଥିତ ରହୁଛନ୍ତି । ବର୍ତ୍ତମାନ ସମୟରେ ପୌର ପରିଷଦ ଭିତରେ ଦେଖିବାକୁ ମିଳୁଛି ଶୀତଳ ଯୁଦ୍ଧ ।


କାଉନସିଲର ମାନେ କେତେବେଳେ ପୌରାଧ୍ୟକ୍ଷ ତ ଆଉ କେତେବେଳେ ପୌର ନିର୍ବାହୀ ଅଧିକାରୀଙ୍କ ନାମରେ ଅଭିଯୋଗ ଆଣୁଛନ୍ତି । ଏଇ କିଛି ଦିନ ତଳେ ବେଲପାହାଡ ପୌର ପରିଷଦ ବୈଠକ ରହିଥିବା ବେଳେ ଏଥିରେ ଉପାଧ୍ୟକ୍ଷଙ୍କ ସମେତ ୧୩ ଜଣ କାଉନସିଲର ଅନୁପସ୍ଥିତ ରହିଥିଲେ । ତେବେ କୋରମ୍ ଅଭାବରୁ ପୌରାଧ୍ୟକ୍ଷା ବୈଠକ କୁ ବାତିଲ କରିଥିଲେ । ଏନେଇ ପୌରାଧ୍ୟକ୍ଷ ନିମାଇଁ ଚରଣ ପଣ୍ଡା ପତ୍ର ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଥିଲେ । ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଥିବା ବେଳେ ଉପାଧ୍ୟକ୍ଷା ରିନା ସୁନାଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ କାଉନସିଲର ମାନେ ଜିଲ୍ଲାପାଳଙ୍କୁ ଏକ ୫ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ବେଲପାହଡ଼ ପୌର ପରିଷଦରେ କାର୍ଯ୍ୟରତ କର୍ମଚାରୀଙ୍କ ନାମରେ ଉପାଧ୍ୟକ୍ଷା  ଓ କେତେ ଜଣ କାଉନସିଲର ଆକ୍ଷେପମୂଳକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି  । ଯାହାକୁ କର୍ମଚାରୀ ମାନେ ନିନ୍ଦା କରିବା ସହ ପୌରଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କୁ ଜଣାଇ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି । ଅନ୍ୟପଟେ ବ୍ରଜରାଜନଗର ପୌର ପରିଷଦର କାଉନସିଲର ମାନେ ମଧ୍ୟ କିଛି କମ ନାହାଁନ୍ତି , ବ୍ରଜରାଜନଗର ପୌର ପରିଷଦ ପରିଚାଳନାର ଅବ୍ୟବସ୍ଥା ରହିଥିବା ନେଇ ଉପାଧ୍ୟକ୍ଷ ଗୋପାଳ ସିତାନୀଙ୍କ ନେତୃତ୍ବରେ ୧୩ ଜଣ କାଉନସିଲର ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ଏପରି ଆରୋପ ପ୍ରତ୍ୟାରୋପ ର ରାଜନୀତି ଆଉ କେତେ ଦିନ ପର୍ଯ୍ୟନ୍ତ ଚାଲିବ ? ଏହି ଦୁଇ ପୌରାଞ୍ଚଳ ରେ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେବ ନା ଏପରି ରହିବ ପରିସ୍ଥିତି ? କଣ ସରକାର ଓ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବେ ?

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done