ଝାରସୁଗୁଡ଼ା ଜିଲାର ଦୁଇ ଆଦିବାସୀ ଅଧ୍ୟୁଷିତ ପଛୁଆ ବ୍ଲକ କିର୍ମିରା ଓ ଲଇକେରା ବ୍ଲକକୁ ଆଦିବାସୀ ଉପ ଯୋଜନା (ଟିଏସପି)ରେ ସାମିଲ କରାଯାଇଛି । ଗତ ୨୪ ତାରିଖରେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତିରେ ଏହା ଘୋଷଣା କରାଯାଇଛି । ଏହା ସହିତ ଝାରସୁଗୁଡ଼ା ଠାରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ମୁଖ୍ୟାଳୟ ରହିବ ବୋଲି କୁହାଯାଇଛି । ଗତ ୨୪ ତାରିଖରେ ଏଥି ସକାଶେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଜଣାପଡ଼ିବା ପରେ ଝାରସୁଗୁଡ଼ା ଜିଲାର ବିଭିନ୍ନ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଛି।
। ତେବେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ଝାରସୁଗୁଡ଼ା ବିଜେପି ପକ୍ଷରୁ କିର୍ମିରା ବ୍ଲକ ଭୀମଜୋର ଠାରେ ଶହ ଶହ ଗ୍ରାମବାସୀମାନେ ଯୋଗଦେଇଥିଲେ ଓ ସାଧାରଣ ସଭାଜରିଆରେ କେନ୍ଦ୍ର ସରକାର,ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି , କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି I ଆଜି ର ଏହି ସାଧାରଣ ସଭାରେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ,ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ,ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରବି ନାଏକ,ଜିଲ୍ଲା ବିଜେପି ଆଦିବାସୀ ସଭାପତି ତ୍ରିନାଥ ଗୁଆଲ ଜିଲ୍ଲା ପରିଷଦ ପ୍ରାର୍ଥୀ ଜ୍ୟୋତ୍ସ୍ନା ବିଶ୍ଵାଳ, ପଙ୍କଜ ଛତ୍ରିଆ, ଗୁରୁଦେବ ବୁଦୁଲା, ବାବୁଲାଲ କିସାନ , ମଣ୍ଡଳ ସାଧାରଣ ସଂପାଦକ ଝସକେତନ ପ୍ରଧାନ, ଉପ ସଭାପତି ଅମିତ୍ ରଣା, ସଭାପତି ବିଜୟ ଶର୍ମା, ଓ ବହୁ ବିଜେପି କର୍ମୀ ଓ ଆଦିବାସୀ ଯୁବ ନେତା ସାମିଲ ରହି ଥିଲେ ।
0 Comments