ମନ ମୋହନ ୟୁପି ସ୍କୁଲ, ଝାରସୁଗୁଡା ଠାରେ ଓଡିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ, ଭୁବନେଶ୍ୱର ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଝାରସୁଗୁଡା ମିଳିତ ଆନୁକୂଲ୍ୟରେ 05 ବର୍ଷରୁ 16ବର୍ଷ ବୟସ ର ଶିଶୁ ମାନଂକ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି l ଏହି ପ୍ରତିଯୋଗିତା ରେ ଜିଲ୍ଲା ର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ ଓ ଶିକ୍ଷା ଅନୁଷ୍ଠାନ ରୁ 200 ସହ ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେl ଉଭୟ ସାଧାରଣ ଓ ଦିବ୍ୟାଙ୍ଗ ଶିଶୁ ମାନକ ପାଇଁ ଉଦ୍ଧିଷ୍ଟ ଏହି ପ୍ରତିଯୋଗିତା ରେ 5ଗୋଟି ଗ୍ରୁପ ଯଥା ସବୁଜ, ନୀଳ, ଧଳା, ନାଲି ଓ ହଳଦିଆ ଗ୍ରୁପ ବୟସ ଅନୁଯାଇ କରାଯାଇଥିଲା l କlର୍ଯ୍ୟକ୍ରମ ପୁରସ୍କାର ବିତରଣ ଉତ୍ସବ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଙ୍କେଶ୍ୱର ଅମlତ (ରାଜସ୍ବ ) ଯୋଗ ଦେଇ ବିଚାରକ ମଣ୍ଡଳୀ ଦ୍ଵାରା ବଛl ଜାଥିବା ଶ୍ରେଷ୍ଠ 18ଜଣ ପ୍ରତିଯୋଗୀ କୁ ମାନପତ୍ର ଓ ବିଜୟ ସ୍ମାରକ ଦେଇ ପୁରସ୍କୃତ କରିଥିଲେ l କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁନନ୍ଦ ମହାରଣା ପରିଚାଳନା କରି ଥିବା ବେଳେ ସମୀର କୁମାର ମିଶ୍ର, ମନବୋଧ ବଗର୍ତି, ଜଗନ୍ନାଥ ରାଉତ ତଥା ବିଭିନ୍ନ ସ୍କୁଲ ର ଶିକ୍ଷକ ସିକ୍ଷୟତ୍ରୀ ସହଯୋଗ କରି ଥିଲେ l
0 Comments