ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା ଓ ସଭା।

 

ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସଚେତନତା ଶୋଭା ଓ  ସଭା ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆୟୋଜିତ ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ଡି ଏ ଭି ପବ୍ଲିକ ସ୍କୁଲ, ଜବାହାର ନବୋଦୟ ବିଦ୍ୟାଳୟ, ଲଷ୍ମୀନାରାୟଣ ମହାବିଦ୍ୟାଳୟ, ବ୍ଲାକ୍ ଡାଇମଣ୍ଡ ଇଞ୍ଜିନିୟରିଂ କଲେଜ ଓ ନର୍ସିଂ ସ୍କୁଲ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳାମଣି ପଟେଲ, ଡି ପି ଏମ୍ ବୁଲୁନାଥ ସାହୁ, ବିଭାଗୀୟ ଅଧିକାରୀ, ସ୍ବେଛାସେବୀ ଅନୁଷ୍ଠାନ,ଆଶାକର୍ମୀ ଓ ବେଦାନ୍ତ ଶିଳ୍ପାନୁଷ୍ଠାନର ଅଧିକାରୀମାନେ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done