ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାରେ ପଞ୍ଜୀକୃତ ୮୬୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୮୨ଜଣଙ୍କୁ ସର୍ଟଲିଷ୍ଟ କରାଯାଇଛି । ମେଳାରେ ଯୋଗଦାନ କରିଥିବା ଚବିଶଟି କମ୍ପାନୀ ତରଫରୁ ୬୭୧ଜଣ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯାଇଥିବା ବେଳେ ଛ'ଟି ପିଆଇଏ ୧୧୧ଜଣ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରିଛି । ଝାରସୁଗୁଡ଼ା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାକୁ ଆଜି ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ । ନିଯୁକ୍ତି ମେଳା ବେକାର ଯୁବକଯୁବତୀମାନଙ୍କୁ ସ୍ୱରୋଜଗାର ହେବା ଓ ସ୍ୱାବଲମ୍ବୀ ହେବା ପାଇଁ ସୁଯୋଗ ସୃଷ୍ଟି କରିଥାଏ ବୋଲି କହିବା ସହ ଶ୍ରୀ ମାଝୀ ପ୍ରାର୍ଥୀମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ।ଜିଲ୍ଲା ନିୟୋଜନ ଓ ଦକ୍ଷତା ବିକାଶ ଅଧିକାରୀ ସଙ୍ଗୀତା
ମେହେରଙ୍କ ପରିଚାଳନାରେ ଅନୁଷ୍ଠିତ ନିଯୁକ୍ତି ମେଳାରେ ଜିଲ୍ଲା ଶ୍ରମ ଅଧିକାରୀ ସୁନିତା କିସାନ, ଶିଳ୍ପ ତାଲିମ ଅନୁଷ୍ଠାନ ଅଧ୍ୟକ୍ଷ ଜଗଜୀବନ ମହାରଣା , ମହାତ୍ମା ଗାନ୍ଧୀ ନ୍ୟାସନାଲ ଫେଲୋ(MGNF)ର ସ୍ବଦେଶ ଶ୍ରିତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ । କୃଷ୍ଣଚନ୍ଦ୍ର ମହର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
0 Comments