କୋଲାବିରା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଦେଲେ ଏଡସ ସଚେତନତା ବାର୍ତ୍ତା

 
ବିଶ୍ୱ ଏଡସ ଦିବସ ଉପଲକ୍ଷେ  କୋଲାବିରା ପଂଚାୟତ ସମିତି ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ସୁଶୀଲ କୁମାର ନାୟକ ଅଧିକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ଛାତ୍ରଛାତ୍ରୀ ,ଅଧ୍ୟାପକ,ଅଧ୍ୟାପିକା ସାମିଲ ହୋଇ କଲେଜ ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି କୋଲାବିରା ଗ୍ରାମ ପରିକ୍ରମା କରିବା ସହ ହାତରେ ପ୍ଲାକାର୍ଡ଼ ଧରି,ଏଡସ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇ ସଚେତନତା ବାର୍ତ୍ତା ଦେଇଥିଲେ l ସଚେତନତା ହିଁ ଏଡସ ରୋଗ ରୋକିବାର ଏକମାତ୍ର ବିକଳ୍ପ l ଏଣୁ ଅସୁରକ୍ଷିତ ଯୌନ ସମ୍ପର୍କ ଓ ସଂକ୍ରମଣ ଦ୍ୱାରା ଏହି ମାରାତ୍ମକ ରୋଗ ବ୍ୟାପୁଥିବାବେଳେ ଆଜିଠୁ ଶପଥ ନେଇ ଏଡସ ରୋଗକୁ ଦୂର କରିବା ସହ ପୀଡିତ ରୋଗୀମାନଙ୍କୁ ସମବେଦନା ଦେବାକୁ ବାର୍ତ୍ତା ଦେଇଛନ୍ତି l ଏହି କାର୍ଯ୍ୟକ୍ରମକୁ କଲେଜ ଯୁବ ରେଡ଼କ୍ରସର ସଂଯୋଜକ ସରୋଜ ପଟେଲ ,ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର dr. ନରେଶ  ସାହୁ ,ଅଧ୍ୟାପକ,ଅଧ୍ୟାପିକା ରୋହିତ ଖରସେଲ ,ସରିତା ବେହେରା ,ସସ୍ମିତା ବେହେରା ,ଋତୁପୂର୍ଣ୍ଣା ଧୁରୁଆ,ନମିତା ପଟେଲ ,ସୁମନ୍ତ ପଟେଲ ପ୍ରମୁଖ ସହାୟତା କରିଥିଲେ l ଶୋଭାଯାତ୍ରା ପରେ କଲେଜ ପରିସରେ ଏକ ସଭା ଅନୁଷ୍ଠିତ ହେଇଥିଲା l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done