ବିଶ୍ୱ ମୃତ୍ତିକା ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାରୋହ।

 

ବିଶ୍ୱ ମୃତ୍ତିକା ଦିବସ - ୨୦୨୨ ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଛି । ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର କୁମାର ନାୟକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ । ଅମୂଲ୍ୟ ମଣିଷ ଜୀବନ , ପଶୁ ସମ୍ପଦ ତଥା ପ୍ରାକୃତିକ ପରିବେଶକୁ ରକ୍ଷା କରିବା ସହ  ରାସାୟନିକ ସାର ପ୍ରୟୋଗରେ ସାବଧାନତା ଅବଲମ୍ବନ କରିବା ଓ ଜୈବିକ ସାର ବ୍ୟବହାର ଦ୍ୱାରା ମାଟିର ଉର୍ବରତା ବୃଦ୍ଧି କରିବା ଆମର ପ୍ରାଥମିକତା ହେବା ଉଚିତ ବୋଲି  ଶ୍ରୀ ନାୟକ ଉଲ୍ଲେଖ କରିଥିଲେ । ମାଟିର ଉର୍ବରତା ରକ୍ଷା ଏବଂ ଜୀବ ଜଗତର ଦୀର୍ଘସ୍ଥାୟୀ ଓ ନିରନ୍ତର ସ୍ୱାସ୍ଥ୍ୟ ରକ୍ଷା ସକାଶେ ଉପଯୁକ୍ତ ଭାବରେ ମୃତ୍ତିକା ପରିଚାଳନାର ଆବଶ୍ୟକତା ଓ ଏଥି ସକାଶେ ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର ପ୍ରୟୋଗ ଓ  କୀଟନାଶକ ଔଷଧ ପ୍ରୟୋଗରେ ସାବଧାନତା ଅବଲମ୍ବନ ଜରୁରୀ ବୋଲି କୃଷି ବିଭାଗର ବରିଷ୍ଠ ଅଧିକାରୀ ,କୃଷି ବିଜ୍ଞାନ କେନ୍ଦ୍ର ବିଜ୍ଞାନିକ, ଉଦ୍ୟାନ କୃଷି, ପ୍ରାଣୀଧନ ଚିକିତ୍ସା ଅଧିକାରୀ , ମୃତ୍ତିକା ସଂରକ୍ଷଣ ଅଧିକାରୀ ମାନେ ଗୁରୁତ୍ବାରୋପ କରିଥିଲେ ।


। ବିଶ୍ୱ ମୃତ୍ତିକା ଦିବସ ପାଳନ ଅବସରରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମକୁ ଧୀରେନ୍ଦ୍ର ସିଂହ  ବରିହା ସଂଚାଳନ କରିଥିବା ବେଳେ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡ. ଏସ୍ କେ ଦାଶ , ଏ ଡି ଏଚ୍ ମନୋରଞ୍ଜନ ନନ୍ଦ, ସି ଡି ଭି ଓ ଡ.ପବିତ୍ର କୁମାର ପରିଜା , ଏ ଡି ଏସ୍ ସି    ସନତ କୁମାର ନାୟକ ଓ ମନୋଜ ନାୟକ , ଜିଲ୍ଲା କୃଷି ଅଧିକାରୀ ବଲବୀର ସିଂ ସୱାଇଆଁ ପ୍ରମୁଖ ଦିବସ ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନକୁ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ଓ ଚାଷୀମାନେ ମୃତ୍ତିକା ପରୀକ୍ଷାଗାର ପରିଦର୍ଶନ କରିଥିଲେ । ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done