ମହାସାଧାନ ଶିବିର ଅନୁଷ୍ଠିତ

 

ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଆଜି ଅନୁଷ୍ଠିତ ମହାସମାଧାନ ଶିବିରରେ  ୩୫ଗୋଟି ଅଭିଯୋଗ ଶୁଣାଣି ହୋଇଛି । ଏଥି ମଧ୍ୟରୁ ୭ଟି ସାମୁହିକ ଓ ୨୮ଟି ବ୍ୟକ୍ତିଗତ। ବବୁଆ ବଗିଚା(ଗ୍ୟାଲେକ୍ସି କଲୋନୀ) ଅଞ୍ଚଳରେ ନାଳ ଅବରୋଧ, ସଦର ମହକୁମାସ୍ଥିତ ରାସ୍ତା ଓ ଗୃହ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଭେଣ୍ଡିଂ ଜୋନ ପାଇଁ ଅନୁମତି, ପ୍ଲାଷ୍ଟିକ ବ୍ୟବହାର ଜନିତ ପ୍ରଦୂଷଣ ରୋକିବା ପାଇଁ ଏକାତାଳି ଗ୍ରାମ ଅଧିବାସୀଙ୍କ ଦ୍ୱାରା ଆଗତ ଅଭିଯୋଗ , ଚାଉଳ ସଂଗ୍ରହ କେନ୍ଦ୍ରରେ ହେଉଥିବା ଅନିୟମିତତା ଆଦି ୭ଟି ସାମୁହିକ   ଅଭିଯୋଗର ଶୁଣାଣି କରାଯାଇଥିଲା । ସେହିପରି ମଧୁବାବୁ ପେନସନ, ଚିକିତ୍ସା ବାବଦକୁ ଆର୍ଥିକ ସହାୟତା , ରାସ୍ତା ଅବରୋଧ, ବେଦାନ୍ତ ଅଧିଗ୍ରହଣ କରିଥିବା ଜମି ଫେରସ୍ତ, ଜମି ବିବାଦ ଓ ସୀମା ଚିହ୍ନଟ , ଅଲ୍ଟ୍ରାଟେକ ଓ ଏନ୍ ଏଲ୍ ସି ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମି ବାବଦକୁ କ୍ଷତିପୂରଣ  ସଂକ୍ରାନ୍ତୀୟ ୨୮ଟି ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା । ଶିବିରରେ  ଚିକିତ୍ସା ସହାୟତା ବାବଦକୁ ରେଡକ୍ରସ୍ ପାଣ୍ଠିରୁ ଦୁଇ ଜଣଙ୍କୁ ୧୨ ହଜାର ଟଙ୍କା ପ୍ରଦାନ କରାଯାଇଛି ।     ଅଭିଯୋଗ ଗୁଡ଼ିକ ସମ୍ପର୍କରେ ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୋଗ ଶୁଣାଣି ଓ ସମାଧାନ ଦିଗରେ ଅଧିକାରୀମାନେ ଯତ୍ନବାନ ହେବାକୁ  ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ ,  ଡି ଏଫ୍ ଓ ଲଳିତ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ( ରାଜସ୍ବ) ଲଙ୍କେଶ୍ୱର ଅମାତ,ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ,ପି ଡି (ପୁନର୍ବାସ ଓ ଥଇଥାନ) ଆଲୋମଣୀ ସେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲମ୍ବୋଦର ବୁଡ଼ା,ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ରାଧାରମଣ ବିର୍ତ୍ତିଆ, ଡେପୁଟି କଲେକ୍ଟର ଗିତିକା ନାଏକ , ପ୍ରତିମା ପିଙ୍ଗ, ସହକାରୀ ଜିଲ୍ଲାପାଳ ମନ୍ମଥ ନନ୍ଦଙ୍କ ସମେତ  ଜିଲ୍ଲା  ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done