ରାଜ୍ୟ ମହିଳା ଆୟୋଗଙ୍କ ଝାରସୁଗୁଡ଼ା ଗସ୍ତ ଅବସରରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ।


 ଏକ ପ୍ରଗତିଶୀଳ ଓ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ମହିଳାମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ତଥା ମହିଳାମାନଙ୍କର ଅଧିକାର ଅକ୍ଷୁର୍ଣ୍ଣ ରହିବା ଜରୁରୀ , ସାମାଜିକ ବିକାଶ ପାଇଁ ମହିଳା ଶସକ୍ତିକରଣର ଆବଶ୍ୟକତା ରହିଛି ବୋଲି

ରାଜ୍ୟ ମହିଳା ଆୟୋଗଙ୍କ ଝାରସୁଗୁଡ଼ା ଗସ୍ତ ଅବସରରେ  ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ

ମହିଳା ଆୟୋଗ ଅଧ୍ୟକ୍ଷା , ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଜିଲ୍ଲାପାଳ , ଆରକ୍ଷୀ ଅଧିକ୍ଷକ ପ୍ରମୁଖ ମତବ୍ୟକ୍ତ କରିଛନ୍ତି। ଝାରସୁଗୁଡା ଯାନ୍ତ୍ରିକ ବିଦ୍ୟାଳୟ ପ୍ରେକ୍ଷାଳୟରେ  ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ ଏହାକୁ ଉଦ୍ଘାଟନ କରିଥିଲେ । ମହିଳାମାନଙ୍କ ବିକାଶରେ ଦେଶ,ଜାତି ଓ ସମାଜର ବିକାଶ ସମ୍ଭବ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ମିଞ୍ଜ କହିଥିଲେ। ମହିଳା ଆୟୋଗ ଅଧ୍ୟକ୍ଷା ଡ.ମିନତୀ ବେହେରା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରି ମହିଳାମାନେ ସେମାନଙ୍କ ଅଧିକାରକୁ ଭଲ ଭାବରେ ଜାଣିବା ଓ ସେମାନଙ୍କ ଅଧିକାର ସୁରକ୍ଷିତ ରଖିବା ପାଇଁ ପ୍ରୟାସ କରିବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଆୟୋଗ ଅଧ୍ୟକ୍ଷା ଡ. ବେହେରା ସାଧାରଣ ମହିଳାମାନଙ୍କ ଅଧିକାର ସମ୍ପର୍କିତ ବିଭିନ୍ନ ଅଧିନିୟମ ସମ୍ପର୍କରେ ଆଲୋଚନା କରିଥିଲେ।  ଜିଲ୍ଲାପାଳ ସରୋଜ କୁମାର   ସାମଲ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତଙ୍କ ମାନସିକତାରେ   ପରିବର୍ତ୍ତନର ଆବଶ୍ୟକତା ରହିଛି , ମହିଳାମାନଙ୍କ ଅଧିକାର ସୁରକ୍ଷିତ ରଖିବା ସହ ସବୁ ଦୃଷ୍ଟିରୁ ମହିଳାମାନଙ୍କ ଶସକ୍ତ କରାଇବା ଜରୁରୀ ବୋଲି କହିଥିଲେ । ଜିଲ୍ଲାରେ କୋଭିଡ ସଂକ୍ରମଣ ସମୟରେ ମାସ୍କ ପ୍ରସ୍ତୁତିରେ ମହିଳା ସ୍ୱୟଂ ସହାୟ ଗୋଷ୍ଠୀ ତଥା ଘରକୁ ଘର ବୁଲି ଲୋକମାନଙ୍କୁ ସଚେତନ କରାଇବା ସକାଶେ ଆଶାକର୍ମୀ,ମହିଳା ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନଙ୍କର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ । ଜିଲ୍ଲାରେ ବାଲ୍ୟ ବିବାହ ନିରୋଧ ଅଭିଯାନ   ବିଜୟିନୀ ମହିଳାମାନଙ୍କ ପ୍ରଚେଷ୍ଟା ଓ ସହଯୋଗରେ ସଫଳ ହେବ ବୋଲି ଶ୍ରୀ ସାମଲ ଆଶା ପ୍ରକାଶ କରିଥିଲେ। ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ସମାଜରେ ଆତ୍ମସମ୍ମାନ ସହ ମହିଳାମାନେ ବଞ୍ଚିବା ସେମାନଙ୍କର ସାମ୍ବିଧାନିକ ଅଧିକାର, ଏ ଅଧିକାର କିଭଳି ସୁରକ୍ଷିତ ରହିବ ସେଥି ପାଇଁ      ସଚେତନତାର   ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ ।


ଏହି ଅବସରରେ ଆଶାକର୍ମୀ ମନ୍ଦାକିନୀ ରକ୍ସା,ଅଙ୍ଗନବାଡ଼ି କର୍ମୀ ମହିମା ସାହୁ,ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ସାବିତ୍ରୀ ବଳ, ଡାକ୍ତର ହୃଷୀକେଶ ନାଏକ, ଭାତଲଇଡ଼ାର ମା' ଶାରଦା ସ୍ୱୟଂ ସହାୟ ଗୋଷ୍ଠୀ,ପରମାଣପୁର ସରପଞ୍ଚ ଗୁଣମଣି ପ୍ରଧାନ,ଆଇନଜୀବୀ ବି. ନାଗେଶ୍ୱରୀ, ସଖୀ କେନ୍ଦ୍ରର

ସୁନିତା ଭଇଁସା, ପି ଓ ବୃନ୍ଦାବତୀ ପଣ୍ଡା ଓ ସାମାଜିକ କର୍ମୀ ଅଶେଷ ପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପି ଓ ଶ୍ରୀମତୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଡି ଏସ ଡବ୍ଲ୍ୟୁ ଓ ମେହେରୁନିଶା ବେଗମ କାର୍ଯ୍ୟକ୍ରମ ସଂଚାଳନ କରିଥିଲା ବେଳେ ସିନିଅର ଫିଲଡ଼ ଅଫିସର ବିଜୟା ବରୱା , ଲିଗାଲ ଆସିଷ୍ଟାଣ୍ଟ ଅରବିନ୍ଦ ପଟ୍ଟନାଏକ,ଡି ସି ପି ଓ ସୁନନ୍ଦ ମହାରଣା , ସି ଡବ୍ଲ୍ୟୁ ସିର ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ , ଜିଲ୍ଲା ସଂଯୋଜିକା ମିଶନ ଶକ୍ତି ସୀମା ଟିଗା,ଜିଲ୍ଲା ସଂଯୋଜିକା ବାଲ୍ୟ ବିବାହ ରଞ୍ଜିତା ଦାଶ, NOP DPM ରମେଶ ମିଶ୍ର ଏବଂ ସମସ୍ତ ସିଡିପିଓ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ରମାକାନ୍ତ ପଟେଲ , ଚନ୍ଦନ ଖର୍ସେଲ,ଗୋକୁଲ ନାଏକ ଓ ଫିରୋଜ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done