ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ CPI ନେତା ସାରଙ୍ଗଧର ମିଶ୍ରଙ୍କ ଡ଼ାକରାରେ ୧୧ ଦଫା ଦାବି ନେଇ ଘେରାଉ


 ୧୧ ଦଫା ଦାବି ନେଇ ସିପିଆଇ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ  ଘେରାଉ କରାଯାଇଥିଲା । ଝାରସୁଗୁଡ଼ା ଯେଉଁ ନିର୍ମାଣ ଶ୍ରମିକ ରହିଛନ୍ତି ତାଙ୍କୁ ତାଙ୍କର ଅଧିକାର ମିଲିପାରୁ ନଥିବା ଯୋଗୁଁ ଏହି ଘେରାଉ କରାଯାଇଥିଲା । ପୂର୍ବରୁ କୋଭିଡ ପାଇଁ ନିର୍ମାଣ ଶ୍ରମିକ ପଞ୍ଜିକରଣ ବ୍ୟବସ୍ଥା ବନ୍ଦ ରହିଥିଲା। ଫଳରେ କୋଭିଡ ସମୟରେ ବହୁ  ନିର୍ମାଣ ଶ୍ରମିକ ପଞ୍ଜିକରଣ କରିନପାରି ମୃତ୍ୟୁବରଣ କରିଥିବାରୁ ଶ୍ରମିକ କଲ୍ୟାଣ ସହାୟତା ପାଇବାରୁ ମଧ୍ୟ ବଞ୍ଚିତ ହୋଇଥିଲେ। ଏବେ ସରକାର ଶ୍ରମିକଙ୍କ ପାଇଁ ପଞ୍ଜିକରଣ ବ୍ୟବସ୍ଥାକୁ ଅନଲାଇନ୍ ମାଧ୍ୟମରେ କରି ଦିଆଯାଇଥିବାରୁ ସମସ୍ୟା ଆହୁରି ବଢ଼ି ଯାଇଥିବା ବିଭିନ୍ନ ଶ୍ରମିକ ସଂଗଠନ ଅଭିଯୋଗ କରିଛନ୍ତି । ଅନଲାଇନ୍ ବ୍ୟବସ୍ଥା ଭଲ ଭାବରେ ଜାଣିନଥିବାରୁ ନିର୍ମାଣ ଶ୍ରମିକ ମାନେ ପଞ୍ଜିକରଣ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ  ମୋବାଇଲ ନେଟୱର୍କ ରହୁନଥିବା ବେଳେ ସର୍ଭର ଡାଉନ ରହୁଥିବାରୁ ଓଟିପି ମଧ୍ୟ ଆସି ପାରୁନଥିବା ଅଭିଯୋଗ ହେଉଛି। ଫଳରେ ବହୁ ଶ୍ରମିକ ପଞ୍ଜିକରଣ ପ୍ରକ୍ରିୟାରେ ସାମିଲ ହୋଇ ପାରୁନାହାନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଅନଲାଇନ ସହିତ ଅଫଲାଇନରେ ମଧ୍ୟ ପଞ୍ଜିକରଣ କରାଯିବାକୁ ବ୍ୟବସ୍ଥା କରାଯାଉ ବୋଲି ବିଭିନ୍ନ ରାଜ୍ୟର ସମସ୍ତ ଟ୍ରେଡ୍ ୟୁନିୟନ ମାନଙ୍କ ଡାକରାରେ ଆଜି ଝାରସୁଗୁଡ଼ା ଠାରେ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ପ୍ରଦାନ କରା ଯାଇଥିଲା । ଏହି ଘେରାଓ କାର୍ଯ୍ୟକ୍ରମରେ ଆଇଏନ୍ଟିୟୁସିର ନେତା ମହେନ୍ଦ୍ର ମିଶ୍ର, ଏଆଇଟିୟୁସି ନେତା ସାରଙ୍ଗଧର ମିଶ୍ର, ସିଆଇଟିୟୁସି ନେତା ଗୌରୀଶଙ୍କର ପାତ୍ର ନେତୃତ୍ବ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡଗେଶ୍ବର ନାଏକ, ବାସୁଦେବ ଧୁରୁଆ, ରମାକାନ୍ତ ନାଏକ, ଧର୍ମେନ୍ଦ୍ର କିସାନ ପ୍ରମୁଖଙ୍କ ସମେତ ଶତାଧିକ ନିର୍ମାଣ ଶ୍ରମିକ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done