ବିଶିପାଲି ଗ୍ରାମରୁ ଉଦ୍ଧାର ହେଲା ବିରଳ ହିମାଲିୟନ ଗ୍ରାଫିନ ଶାଗୁଣା


 ଝାରସୁଗୁଡ଼ା ବିଶିପାଲି ଅଞ୍ଚଳରୁ ଉଦ୍ଧାର ହେଲା ହିମାଳୟ ଅଞ୍ଚଳର ଏକ ବିରଳ ଶାଗୁଣା । 

ହିମାଳୟ ଅଞ୍ଚଳରେ ଦେଖାଉଥିବା ଶାଗୁଣା ବେଲପାହାଡ଼ ବନ ବିଭାଗ ରେଞ୍ଜ ଅଞ୍ଚଳରେ ଦେଖିବାକୁ ମିଳିଛି । ବିଶିପାଲି ଗ୍ରାମ ନିକଟରୁ ଗ୍ରାମବାସୀଙ୍କ ଦ୍ଵାରା ଏହି ଶାଗୁଣା କୁ ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏହି ଶାଗୁଣା ହିମାଳୟ ତଥା ତିବ୍ଦତର ପାହାଡିଆ ଅଞ୍ଚଳରେ ଦେଖାଯାଆନ୍ତି  । ଏହାର ସଂଖ୍ୟା କମି କମି ଯାଉଛି । ସାଧାରଣତଃ ଶୀତ ଋତୁରେ ଏମାନେ ଅନ୍ୟାନ୍ୟ ଅଞ୍ଚଳକୁ ଯାଇଛନ୍ତି । ସେହିଭଳି ପରିସ୍ଥିତିରେ ଏହି ଶାଗୁଣା ଏହି  ଝାରସୁଗୁଡ଼ା ଅଞ୍ଚଳକୁ ଆସିଥିବା କହିଛନ୍ତି ବନଖଣ୍ଡର ଅଧିକାରୀ ଲଳିତ କୁମାର ପାତ୍ର । ଏହି ବିରଳ ଶାଗୁଣା କୁ ବେଲପାହାଡ ରେଞ୍ଜ ଅଫିସ୍ ରଖାଯାଇ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ଶାଗୁଣାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ପକ୍ଷୀ ସୁସ୍ଥ ଥିବା ସହ ଖାଦ୍ୟ ମଧ୍ୟ ଖାଉଛି । ତେବେ କିଛି ଦିନ ଶାଗୁଣାକୁ ରଖି ନିରୀକ୍ଷଣ କରିବା ପରେ ଜିଲ୍ଲାର ଉଲାପଗଡ ଭଳି ପାହାଡିଆ ଅଞ୍ଚଳରେ ଛଡ଼ାଯିବ ବୋଲି DFO ସୂଚନା ଦେଇଛନ୍ତି । ପକ୍ଷୀ ଗବେଷକ ଆଶିଷ ଶୁକ୍ଳା ଏହି ଶାଗୁଣା ବଂଶ ଲୁପ୍ତପ୍ରାୟ ବୋଲି କହିଛନ୍ତି । ଏଭଳି ବିରଳ ପକ୍ଷୀକୁ ଦେଖିବା ପାଇଁ ଏହି ଅଞ୍ଚଳକୁ ପକ୍ଷୀପ୍ରେମୀ ଆସିଥିବା ନଜର ଆସିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done