ଆଦର୍ଶ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ର ବିଦ୍ୟାଳୟ ଖେଳ ପଡିଆ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ଡମ୍ବରୁଧର ପୁଝାରୀ (ଜିଲ୍ଲା ଶାରୀରିକ ଶିକ୍ଷା ଅଧକ୍ଷ,ଝାରସୁଗୁଡ଼ା) ଯୋଗ ଦେଇଥିବା ବେଳେ ଏବଂ ଶ୍ରୀଯୁକ୍ତ ବଂଶୀଧର ପଶାୟତ, ଶ୍ରୀଯୁକ୍ତ ସଞ୍ଜୟ ବେହେରା ,ଶ୍ରୀଯୁକ୍ତ ଅକ୍ଷୟ କୁମାର ପଟେଲ , ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପ୍ରଧାନ ,ଶ୍ରୀଯୁକ୍ତ ଖଗେଶ୍ବର ପଟେଲ ଖେଳ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ସେନାପତି, ଶାରୀରିକ ଶିକ୍ଷା ଶିକ୍ଷକ,ଜମେରା ପ୍ରତିଯୋଗିତା ର କାର୍ଯ୍ୟ ପରିଚାଳନା କରିଥିଲେ । ଏହି ଖେଳ ପ୍ରତିଯୋଗିତା ରେ ଜମେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସହ ସହକାରୀ ଶିକ୍ଷକ ମାନେ ଏବଂ ପୂର୍ବତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ପ୍ରତିଯୋଗିତା ରେ ସହଯୋଗ କରିଥିଲେ ।ଖେଳ ପ୍ରତିଯୋଗିତା ରେ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ସହଯୋଗ ପ୍ରଶଂସନୀୟ । ଏହି ଖେଳ ପ୍ରତିଯୋଗିତା ୧୩.୧୨.୨୦୨୨ ରେ ଉତ୍ ଯାପନ ହେବ ।
0 Comments