କୋଲାବିରା ପଂଚାୟତ ସମିତି ଡ଼ିଗ୍ରୀ କଲେଜର ଯୁବ ରେଡ଼କ୍ରସର ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଓ ସ୍ୱଚ୍ଛ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l ଛାତ୍ରଛାତ୍ରୀ ମାନେ କଲେଜ ପ୍ରାଙ୍ଗଣରେ ପଡିଥିବା ପ୍ଲାଷ୍ଟିକକୁ ଗୋଟାଇବା ସହ କଲେଜ ପରିସରକୁ ସ୍ୱଚ୍ଛ ରଖିବାକୁ ପ୍ରୟାସ କରିଛନ୍ତି l ଏହି ଅବସରରେ କଲେଜର ଯୁବ ରେଡ଼କ୍ରସର ସଂଯୋଜକ ତଥା ଇତିହାସ ବିଭାଗର ମୁଖ୍ୟ ସରୋଜ କୁମାର ପଟେଲ , ଛାତ୍ରଛାତ୍ରୀକୁ ସଚେତନତାର ବାର୍ତ୍ତା ଦେଇଥିଲେ l କଲେଜ ପରିସରକୁ ପ୍ଲାଷ୍ଟିକମୁକ୍ତ ଓ ସ୍ୱଚ୍ଛତା କରିବା ସହିତ ସୁସ୍ଥ୍ୟ ରଖିବା ପାଇଁ ଶପଥ କରିଥିଲେ l ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ପ୍ରତି ଶୁକ୍ରବାର କଲେଜ ପରିସରକୁ ସଫାସୁତରା ରଖିବା ପାଇଁ ଛାତ୍ରଛାତ୍ରୀ ଧାର୍ଯ୍ୟ କରିଛନ୍ତି l ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଅବସରରେ ଛାତ୍ର ସ୍ୱରୂପ କିସାନ ,ଅଜୟ ବିଶ୍ୱାଳ,ଝସକେତନ ପାତ୍ର ,ଦୁର୍ଜନ ପ୍ରଧାନ,ନମିଦ ନାଏକ , ରଞ୍ଜନ ନାୟକ ,ଦୀପକ ସାହୁ , ଉପେନ୍ଦ୍ର କିସାନ , ଛାତ୍ରୀ ଭାଗ୍ୟବତୀ ଓରାମ , ପୁଷ୍ପାଞ୍ଜଳି ସାହୁ , ମୀତା ପ୍ରଧାନ , ସୋନି ସରାଫ ,ସମେତ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l
0 Comments